ନିଷ୍ଠା ଓ ସାଧନା କେବେ ବୃଥା ଯାଏନି। ଏହାକୁ ପ୍ରମାଣିତ କରିଛନ୍ତି ମନୋଜ ପ୍ରଧାନ। ଜମାଟୋ ବୟ ଭାବେ କାର୍ଯ୍ୟରତ ମନୋଜ ଭାରତୀୟ ସଫ୍ଟବଲ୍‌ ଦଳର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ବରିଷ୍ଠ ବର୍ଗରେ ଭାରତୀୟ ସଫ୍ଟବଲ୍‌ ଦଳରେ ସାମିଲ ହେବାରେ ସେ ପ୍ରଥମ ଓଡ଼ିଆ ଖେଳାଳି ଭାବେ ଏହି ଗୌରବ ହାସଲ କରି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି।

ପୁରୀ ରାମଚଣ୍ଡୀସାହିର ମହେଶ୍ବର ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ପୁଅ ମନୋଜ ୨୦୦୬ ମସିହାରୁ ସଫ୍ଟବଲ୍‌ ଖେଳି ଆସୁଥିବା ବେଳେ ୧୬ ବର୍ଷର ପରିଶ୍ରମର ଫଳଶ୍ରୁତି ସ୍ବରୂପ ତାଙ୍କୁ ଏହି ଉପହାର ମିଳିଛି। ଭାରତୀୟ ଦଳରେ ସ୍ଥାନ ପାଇବା ପରେ ସେ ଜାପାନର ସୀମାଗୋ ସିଟି ସହରରେ ଖେଳାଯିବାକୁ ଥିବା ୨୩ ବର୍ଷରୁ କମ୍‌ ଏସିଆ କପ୍‌ରେ ଖେଳିବା ପାଇଁ ଯାତ୍ରା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ ଜାପାନରେ ଏସିଆ କପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମନୋଜ କହିଛନ୍ତି, ଜିଲ୍ଲାସ୍କୁଲ୍‌ରେ ସଫ୍ଟବଲ୍‌ ଖେଳ ହେଉଥିବା ‌ସମୟରେ ଏହାର ଆକର୍ଷଣରେ ପଡ଼ିଥିଲେ। ସେବେଠାରୁ ସେ କେବେ ବି ଖେଳ ଛାଡ଼ି ନାହାନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ରୋଜଗାର କରିବା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା। ତଥାପି ଏହା ମଧ୍ୟରେ ସେ କେବେ ବି ଖେଳ ବନ୍ଦ କରିନଥିଲେ। ରାଜକିଶୋର ପଟ୍ଟନାୟକ ଓ ରଞ୍ଜନ କୁମାର ରଥଙ୍କ ତତ୍ତ୍ବାବଧାନରେ ଖେଳ ଜାରି ରଖିଥିଲେ। ଗତବର୍ଷ ଡିସେମ୍ବର ମାସରେ ସେ ସର୍ବଭାରତୀୟ ପ୍ରତିଯୋଗିତାରେ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ତାଙ୍କୁ ମହାରାଷ୍ଟ୍ରର ନାଗପୁରକୁ ଡକରା ମିଳିଥିଲା। ସେଠାରେ ମଧ୍ୟ ସେ ତାଙ୍କର ଶ୍ରେଷ୍ଠତ୍ବ ବଜାୟ ରଖି ଭାରତୀୟ ଦଳରେ ସ୍ଥାନ ପାଇବାର ଗୌରବ ହାସଲ କରିଥିଲେ।

Spread the love