ଡକ୍ଟର ଗୁରୁପ୍ରସାଦ ମହାନ୍ତି

ଜଣାଶୁଣା ସାହିତ୍ୟିକ, ରାଜ୍ୟ ପଶୁ ଚିକିତ୍ସା ବିଭାଗର ପୂର୍ବତନ ନିର୍ଦ୍ଦେଶକ, ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଗୁରୁପ୍ରସାଦ ମହାନ୍ତି (୮୪) ଆଉ ନାହାନ୍ତି। ସୋମବାର ଭୋର ୪ଟା ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପ‌ରଲୋକ ଘଟିଛି।

୧୯୩୮ ଅକ୍ଟୋବର ୧୮ତାରିଖରେ ଜଗତସିଂହପୁର ଆଳିପିଙ୍ଗଳ ଗ୍ରାମରେ ଡକ୍ଟର ଗୁରୁପ୍ରସାଦ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି ଓ ମା’ଙ୍କ ନାମ ଅଧରମଣି ମହାନ୍ତି। ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ଗୁରୁପ୍ରସାଦ ଆମେରିକାରୁ ଦୁଗ୍ଧବିଜ୍ଞାନ ଓ ପଶୁଖାଦ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ସହ ଉଚ୍ଚତ୍ତର ଗବେଷଣା କରି ପିଏଚ୍‌ଡି ପାଇଥିଲେ। କିନ୍ତୁ ଓଡ଼ିଶା ଫେରି ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ କାର୍ଯ୍ୟକୁ ରାଜ୍ୟରେ ତ୍ବରାନ୍ବିତ କରିବାକୁ ସଂକଳ୍ପ ନେଇଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ଡକ୍ଟର ମହାନ୍ତି ୧୯୮୪ରେ ଓଡ଼ିଶାରେ କୁକୁଡା ପାଳନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ‘ଓପୋଲଫେଡ୍’ ସୃଷ୍ଟି କରିବା ସହିତ ତାର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ପଶୁ ଚିକିତ୍ସା ଓ ପଶୁପାଳନ ବିଜ୍ଞାନରେ ଏତେ ସଫଳତା ସ‌ତ୍ତ୍ବେ ଡକ୍ଟର ମହାନ୍ତି ଓଡ଼ିଆ ସାହିତ୍ୟକୁ କେବେ ଅବହେଳା ବା ଆଣଦେଖା କରିନଥିଲେ। ତାଙ୍କ କ୍ଷୁଦ୍ର ଗଳ୍ପ: ‘ସାଲବେଗର ଅଶ୍ରୁ, କହେ ସାଲେବେଗ ହୀନ’, ଉପନ୍ୟାସ: ‘ ଯେ ଯଥା ମା, ମୋହନ ବଂଶୀ ଓ ଅଶ୍ରୁତର୍ପଣ’ , ଭ୍ରମଣକାହାଣୀ: ‘ପାତାଳପୁରୀର ହାଲଚାଲ, ଯେ ଦେଶେ ଯାଇ, ଦୂର ସାଗର ପାରେ’, ପ୍ରବନ୍ଧ: ‘ଦୁଃଖ କହିବି ନା ସୁଖ କହିବି, ବନ୍ଦେ ଉତ୍କଳ ଜନନୀ’ ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ଭାଲ କରିଛି। ଏହାବ୍ୟତୀତ ଡକ୍ଟର ମହାନ୍ତି ସନାତନ ଗୋସ୍ବାମୀକୃତ ମୂଳସଂସ୍କୃତ ‘ବୃହତ ଭାଗବତାମୃତ’କୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ। ବୃତ୍ତିଗତ ଅଭିଜ୍ଞତା ଆଧାରରେ ସେ ପଶୁପାଳନ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରିଛନ୍ତି।

Spread the love