Rath Yatra was celebrated with much enthusiasm in America by the Jagannath Cultural and Educational Centre.

ପ୍ରବାସରେ ଧୁମଧାମରେ ପାଳିତ ହୋଇଛି ରଥଯାତ୍ରା। ଆମେରିକାର ନାଇଲ୍‌ସ୍‌ ଫ୍ରିମଣ୍ଟଠାରେ ପ୍ରାୟ ୧୩୦୦ ଭକ୍ତଙ୍କ ଗହଣରେ ରଥଯାତ୍ରା ଜୁନ୍‌ ୨୪ ତାରିଖରେ ବେଶ୍‌ ଜାକଜମକରେ ପାଳିତ ହୋଇଯାଇଛି। ସେଠାକାର ‘ଜଗନ୍ନାଥ କଲ୍‌ଚରାଲ ଏଣ୍ଡ୍‌ ଏଜୁକେସନାଲ ସେଣ୍ଟର’(ଜେସିଇସି) ପକ୍ଷରୁ ଏହା ପ୍ରତିବର୍ଷ ପାଳନ କରାଯାଉଥିବା ନେଇ ସଭାପତି ମାନସ ଲେଙ୍କା ଜଣାଇଛନ୍ତି। ରଥଯାତ୍ରାରେ ଡକ୍ଟର ସଙ୍ଗୀତା ଗୋସାଇଁ ଓ ତାଙ୍କ ଦଳ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ସେହିପରି ସେଠାକାର ତରୁଣୀ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ବେଶ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟଗୁରୁ ଦେବାଶିଷ ପଟ୍ଟନାୟକଙ୍କ ସହ ମଣିପୁରୀ ନୃତ୍ୟଗୁରୁ ସଂଜୀବ ଭଟ୍ଟାଚାର୍ଯ୍ୟ ମଧ୍ୟ ସାମିଲ ହୋଇଥିଲେ। ଉତ୍ସବରେ କାକରା, ଫେଣି, ଲଡୁ, ଛେନାପୋଡ଼, ପୋଡ଼ପିଠା ଭଳି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ପରିବେଷିତ ହୋଇଥିଲା । ଏହାସହିତ ଗ୍ରୀଷ୍ମତାପ ଦୃଷ୍ଟିରୁ ଥଣ୍ଡା ଲସି ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଆୟୋଜକ ଜେସିଇସି, ଯୁକ୍ତରାଷ୍ଟ୍ରର ୫୦୧(ସି)(୩) ନିୟମରେ ପଞ୍ଜୀକୃତ ଏକ ସର୍ବସାଧାରଣ ଦାତବ୍ୟ ଅନୁଷ୍ଠାନ। ଏହି ଭବ୍ୟ ରଥଯାତ୍ରା ଉତ୍ସବ ଆୟୋଜନ କରି ଭାରତୀୟ-ଆମେରିକୀୟଙ୍କ ମଧ୍ୟରେ ଓଡ଼ିଶାର ବାସ୍ନା ଅନୁଭବ କରିବାର ସୁଯୋଗ ଦେଉଥିବାରୁ ପ୍ରବାସୀ ଭାରତୀୟମାନେ ଖୁସି ବ୍ୟକ୍ତ କରିଛନ୍ତି।

Spread the love