Chilika Survey: Over 57,000 More Migratory Birds Arrive This Year

ଚିଲିକାରେ ସରିଛି ପକ୍ଷୀ ଗଣନା। ଚଳିତବର୍ଷ ଏସିଆ ମହାଦେଶର ଏହି ସର୍ବବୃହତ୍‌ ଲବଣାକ୍ତ ହ୍ରଦରେ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ଟି ରଙ୍ଗବେରଙ୍ଗର ପକ୍ଷୀ ଥିବା ଜଣାପଡ଼ିଛି। ଯାହା ଗତବର୍ଷଠାରୁ ୫୭ହଜାର ୭୫୬ ଅଧିକ। ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ଚଳିତବର୍ଷ ୯୮ ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀ ଥିବା ସଦ୍ୟ ସମାପ୍ତ ଗଣନାରୁ ସ୍ପଷ୍ଟ ହୋଇଛି। ଚିଲିକାର ପକ୍ଷୀ ସଂଖ୍ୟା ସାମଗ୍ରିକ ଭାବେ ବୃଦ୍ଧି ପାଇଥିଲେ ମଧ ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ପକ୍ଷୀ କମ୍ ଥିବା ଡିଏଫ୍‌ଓ ପି. ରାମ ସ୍ୱାମୀ ସୂଚନା ଦେଇଛନ୍ତି। ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବୁଧବାର ସମଗ୍ର ଚିଲିକାରେ ଦିନିକିଆ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ଚିଲିକାକୁ ୫ଟି ଜୋନ୍‌ରେ ତଥା ବାଲୁଗାଁ, ଚିଲିକା, ଟାଙ୍ଗୀ, ରମ୍ଭା ଓ ସାତପଡ଼ାରେ ବିଭକ୍ତ କରାଯାଇଥିଲା । ଏହି ପକ୍ଷୀ ଗଣନା ନିମନ୍ତେ ୨୧ଗୋଟି ଦଳରେ ପ୍ରାୟ୧୪୭ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ସକାଳ ୬ଘଟିକାଠାରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯାଇଥିଲା। ଚଳିତବର୍ଷ ଚିଲିକାରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଧନ ପିଣ୍ଟେଲ ୨ଲକ୍ଷ ୭୨୯ ହଜାର , ଗର୍ଡୱାଲ ୨ଲକ୍ଷ , ୟୁଜିଅନ ୧ଲକ୍ଷ ୩୦ହଜାର ପକ୍ଷୀ ଅଛନ୍ତି। ସେହିଭଳି ୩୭ ହଜାର ଚର୍ଚ୍ଚିତ ତଥା ଆକର୍ଷଣୀୟ ଫ୍ଲେମିଂଗୋ (ଏରା) ପକ୍ଷୀ ଦୃଷ୍ଟିଗୋଚର ହୋଇଛନ୍ତି । ସେହିପରି ସ୍ବଦେଶୀ ପକ୍ଷୀ ସଂଖ୍ୟା ୬୯ ପ୍ରଜାତିର ୩୮ହଜାର ୮ଶହ ୮୦ ରହିଛି। ୫ଟି ରେଞ୍ଜ୍‌ରୁ ବାଲୁଗାଁ ରେଞ୍ଜ୍‌ ଅଧୀନସ୍ଥ ନଳବଣରେ ସର୍ବାଧିକ ପକ୍ଷୀ ଥିବାବେଳେ ରମ୍ଭା ରେଞ୍ଜ୍‌ରେ ୧ଲକ୍ଷ ୫୦ହଜାର ପକ୍ଷୀ ଅଛନ୍ତି। ବୁଧବାରର ଗଣନା କାର୍ଯ୍ୟରେ ଡିଏଫ୍‌ଓ ପି. ରାମ ସ୍ୱାମୀ, ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟର ନିର୍ଦ୍ଦେଶକ ସତ୍ୟା ସେଲଭନ, ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡା ଓ ବ୍ରହ୍ମପୁର ଆର୍‌ଆର୍‌ସିସି ଏଫ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ସମେତ ବାଲୁଗାଁ ,ଟାଙ୍ଗୀ , ରମ୍ଭା ଓ ସାତପଡ଼ା ରେଞ୍ଜ୍‌ର ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ପଖାପାଖି ୧୦୦ ଛାତ୍ରଛାତ୍ରୀ ଗଣନା କାର୍ଯ୍ୟରେ ସାମିଲ୍ ହୋଇଥିଲେ ।

Spread the love