Legendary Odia poet Padma Shri Jayanta Mahapatra passes away.

ଚିରନିଦ୍ରାରେ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ହେଲା ଏସସିବିର ଆଇସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଉଭୟ ଓଡିଆ ଓ ଇଂରାଜୀରେ କବିତା ସଂକଳନ ସହ ଗପ ବହି, ଆତ୍ମଜୀବନୀ ‘ପାହିନି ରାତି’ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଜଣେ ଯୁବସୁଲଭ ବ୍ୟକ୍ତି ଭାବେ ପରିଚିତ ଜୟନ୍ତ ମହାପାତ୍ର । ୧୯୨୮ରେ ଅକ୍ଟୋବର ୨୨ ତାରିଖରେ କଟକରେ ତାଙ୍କର ଜନ୍ମ ହୋଇଥିଲା । ୨୦୦୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ୨୦୦୯ ରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପାଇଥିଲେ । ବୃତ୍ତିରେ ସେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ । କିନ୍ତୁ ପ୍ରବୃତି ଥିଲା ସାରସ୍ୱତ ସାଧନା । ରେଭେନ୍ସା କଲେଜ, ଫକୀର ମୋହନ, ବିଜେବି କଲେଜରେ ସେ ପାଠପଢାଇଛନ୍ତି । ଏହା ସହ ସେ ଇଂରାଜୀ, ଓଡ଼ିଆ ସହ କ୍ଷୁଦ୍ରଗଳ୍ପ ଲେଖି ଅନେକ ପୁସ୍ତକର ଅନୁବାଦ, ସମ୍ପାଦନା କରିଛନ୍ତି ।

Spread the love