Dharmendra Pradhan launches ‘Apna Chandrayaan’ portal for interactive learning on ‘Chandrayaan-3’

ଚନ୍ଦ୍ରଯାନ- ୩ ଭଳି ସଫଳତାକୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ୟମ ହେଉ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ଏଥିପାଇଁ ସହଯୋଗୀ ହେବା ଦରକାର ବୋଲି ‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ ଚନ୍ଦ୍ରଯାନର ସଫଳତାକୁ ନେଇ ପୁସ୍ତକ ପ୍ରସ୍ତୁତ ଓ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ ପାଇଁ ଏନସିଇଆରଟିକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଚନ୍ଦ୍ରଯାନ-୩ ମିସନର ସଫଳତା ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି। ବିଫଳତା ହିଁ ମଣିଷକୁ ସଫଳତା ଦିଏ। ବିଫଳତାରୁ ହିଁ ପ୍ରେରଣା ମିଳେ।

ଚନ୍ଦ୍ରଯାନ ମିସନକୁ ନେଇ ଏନସିଇଆରଟି ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି । ଏହି ବିଷୟବସ୍ତୁ କେବଳ ଦେଶରେ ଥିବା ୨୬ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ନୁହେଁ ବରଂ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଦରକାର। ତେବେ କେବଳ ଚନ୍ଦ୍ରଯାନ-୩ ନୁହେଁ ଦେଶର ଅନ୍ୟ ଉପଲବ୍ଧି ତଥା ମହିଳା ସଶକ୍ତୀକରଣ, କୋଭିଡ୍ ପରିଚାଳନା, ଜି-୨୦ ସଫଳତା, ଭାରତ ବିଶ୍ୱର ପଞ୍ଚମ ଅର୍ଥନୀତି ହେବାର ଯାତ୍ରା ଭଳି ଅନ୍ୟ ବିଷୟରେ ମଧ୍ୟ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଏନସିଇଆରଟିକୁ ପରାମର୍ଶ ଦେଇଥିଲେ । ସମାଜ ଜୀବନରେ ହେଉଥିବା ଘଟଣାକୁ ଟେକ୍ନୋଲୋଜି ଜରିଆରେ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

Spread the love