Union Minister Dharmendra Pradhan addressed the academic fraternity at the Western Zone Vice-Chancellors’ Conference at Statue of Unity, Kevadia. 

ଗୁଜୁରାଟର କେଭାଡିଆ ଠାରେ ଆୟୋଜିତ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀରେ’ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ଭାରତୀୟ ଭାଷା, ଭାରତୀୟ ଜ୍ଞାନ ପରମ୍ପରା, ଦକ୍ଷତା ଏବଂ ରୋଜଗାର ଓ ଉଦ୍ୟମିତା ଶିକ୍ଷା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଅଟେ। ପଶ୍ଚିମାଞ୍ଚଳର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆମ ଦେଶର କଲ୍ୟାଣ ପାଇଁ ନୂତନ ମଡେଲ୍ ଏବଂ ଆଭିମୁଖ୍ୟ ଆଣନ୍ତୁ। ଗୁଣାତ୍ମକ ଶିକ୍ଷା, ଶିକ୍ଷାରେ ଦକ୍ଷତା ଇକୋସିଷ୍ଟମ, ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତା, ଭାରତ ଜ୍ଞାନ ପରମ୍ପରା ଓ ଶିକ୍ଷାର ଆନ୍ତର୍ଜାତୀକରଣ ଭଳି ବିଭିନ୍ନ ପ୍ରାଥମିକତା କ୍ଷେତ୍ର ଉପରେ ଏହି ଜୋନାଲ୍ ସମ୍ମିଳନୀ ବିଚାରବିମର୍ଶ କରିବା ଖୁସିର ବିଷୟ।

ଏହାସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ମା’ଗଙ୍ଗା କୂଳରେ କାଶୀର ଶିକ୍ଷା ସମାଗମରୁ ଆରମ୍ଭ ହୋଇ ମା’ନର୍ମଦାଙ୍କ ପାଦଦେଶରେ ଆୟୋଜିତ ଆଜିର ଜୋନ୍ ସମ୍ମିଳନୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ପାରସ୍ପରିକ ଆଭିମୁଖ୍ୟ, ରୋଡ୍‌ ମ୍ୟାପ୍ ଏବଂ ରଣନୀତି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଜୋନାଲ ସମ୍ମିଳନୀ ପ୍ରଭାବଶାଳୀ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ମାଧ୍ୟମରେ ଏକ ନୂତନ ସଂସ୍କୃତି ଏବଂ ବହୁମୁଖୀ ଶିକ୍ଷା, ମଲ୍ଟିପଲ୍ ଏଣ୍ଟ୍ରି- ମଲ୍ଟିପଲ ଏକଜିଟ୍ ସହ ସମସ୍ତଙ୍କ ପାଇଁ ସମାନ ସୁଯୋଗର ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିବ। ଏହି ଅବସରରେ ଶ୍ରୀ ପ୍ରଧାନ କେଭାଡିଆର ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରି କହିଥିଲେ, ସୌଭାଗ୍ୟବଶତଃ ସେ ଆସୁଥିବା ଗଡ଼ଜାତ ଅଞ୍ଚଳ ଢେଙ୍କାନାଳ ମଧ୍ୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦୃଷ୍ଟି କାରଣରୁ ଭାରତରେ ମିଶିପାରିଥିଲା।

Spread the love