Birsa Munda Stadium in the Guinness book of records

ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପକ୍କା କରିଛି । ହକିର ବିକାଶ, ପ୍ରଚାର ପ୍ରସାର ଓ ରାଜ୍ୟରେ ହକି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ରାଉରକେଲାରେ ପ୍ରାୟ ୨୬୦ କୋଟି ଟଙ୍କା ବ୍ୟୟରେ ମାତ୍ର ୧୫ ମାସ ମଧ୍ୟରେ ଏହି ଅନ୍ତର୍ଜାତୀୟ ମାନର ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମରେ ଚଳିତ ପୁରୁଷ ହକି ବିଶ୍ୱକପ୍‌‌ର ଉଦ୍‌‌ଘାଟନୀ ମ୍ୟାଚ ସହ ଏକାଧିକ ମ୍ୟାଚ୍‌‌ ଖେଳାଯାଇଛି। ଷ୍ଟାଡିୟମ ପରିସରରେ ଖେଳାଳିଙ୍କ ରହଣି ପାଇଁ ହକି ଭିଲେଜ ମଧ୍ୟ ନିର୍ମାଣ କରାଯାଇଛି ।

Spread the love