Cuttack Bali Yatra enters Guinness Book of World Records as students make 23,000 paper boats in 35 minutes

ଶେଷରେ ଇତିହାସ ରଚିଲା କଟକ। ଐତିହାସିକ କଟକ ବାଲିଯାତ୍ରାରେ ‌ଯୋଡ଼ି ହୋଇଗଲା ବିଶ୍ବ ରେକର୍ଡର ଗୌରବ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ରେକର୍ଡ ପରିମାଣର କାଗଜ ଡଙ୍ଗା ପ୍ରସ୍ତୁତ କରି କଟକ ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। କଟକ ପୌର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ଏହି ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମରେ ୨୧ଶହ ୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୨ ହଜାର ୪୭୩ଟି କାଗଜ ଡଙ୍ଗା ତିଆରି କରି ଏହି ରେକର୍ଡ କରିଛନ୍ତି। ପୂର୍ବରୁ ୧୩ଶହ ୪ଜଣ ବ୍ୟକ୍ତି ଗୋଟିଏ ସ୍ଥାନରେ କାଗଜରେ ଡଙ୍ଗା ତିଆରି କରିବାର ବିଶ୍ବ ରେକର୍ଡ ଥିଲା। ବିଶ୍ବ ରେକର୍ଡରେ କଟକ ସ୍ଥାନ ପାଇବାକୁ ନେଇ ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ବାଲିଯାତ୍ରାର ଆତ୍ମା କୁହାଯାଉଥିବା ବୋଇତ ବନ୍ଦାଣକୁ ନେଇ ପୌର ନିଗମ ପକ୍ଷରୁ ଚଳିତ ବର୍ଷ ଏଭଳି ଏକ ସ୍ବତନ୍ତ୍ର ପରିକଳ୍ପନା କରାଯାଇଥିଲା। ବାଲିଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବା ସହ ଏହାକୁ ସ୍ମରଣୀୟ କରିବା ପାଇଁ ବାଲିଯାତ୍ରା ସମୟରେ ନିଗମ ତରଫରୁ କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ଦେବାକୁ ଉଦ୍ୟମ କରାଯାଇଥିଲା। ସଂପୃକ୍ତ ସଂସ୍ଥା ସହ ଏହାକୁ ନେଇ ଯୋଗାଯୋଗ କରାଯିବା ପରେ ସେମାନଙ୍କ ଦ୍ବାରା ଦିଆଯାଇଥିବା ନିୟମ ଆଧାରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହିଅବସରରେ ବାରବାଟୀ ଷ୍ଟାଡ଼ିୟମରେ ଡଙ୍ଗା ତିଆରି କରିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜଣେ ଜଣେ ଛାତ୍ରଛାତ୍ରୀ ୩୫ ମିନିଟରେ ୩୦ରୁ ୩୬ଟି ଡଙ୍ଗା ପ୍ରସ୍ତୁତ କରିଥିଲେ। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ଡଙ୍ଗା କରିବା ପରେ ସେଗୁଡିକୁ ଗଣାଯାଇଥିଲା। ଗଣତି ପରେ ପୂରା କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂରେ ଲଣ୍ଡନରୁ ଦେଖୁଥିବା ବିଚାରକ ମାନେ ଗିନିଜ୍‌ ୱାର୍ଲଡ ରେକର୍ଡସରେ କଟକର ନାମ ସ୍ଥାନ ପାଇଥିବା ଘୋଷଣା କରିଥିଲେ।

Spread the love