Kendra Sahitya Akademi Award 2022 to Gayatribala Panda

ନୂଆଦିଲ୍ଲୀରେ ଅନୁଷ୍ଠିତ ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ବୈଠକରେ ୨୦୨୨ ବର୍ଷର ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆରେ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ସୁପରିଚିତ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା। ସଂକଳନର କବିତାଗୁଡ଼ିକ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ। ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି। ନିଜ ପ୍ରତିକ୍ରିୟାରେ ଡ. ପଣ୍ଡା କହିଛନ୍ତି, ଏହି ମର୍ଯ୍ୟାଦାଜନକ ପୁରସ୍କାର ମୋ‌ତେ ନୁହେଁ, ମୋ ଲିଖିତ କବିତା ପୁସ୍ତକକୁ ମିଳିଛି। ଏହା ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା। ଏହା ମୋ ଲେଖନୀକୁ ଆହୁରି ଦାୟିତ୍ୱବଦ୍ଧ କରିବ। ଏହି କବିତା ସବୁ ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ, ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବ୍ୟିକ ସମ୍ବେଦନା ବୋଲି ସେ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ରେ ଜନ୍ମଗ୍ରହଣ କରିଥିବା ଡ. ପଣ୍ଡା ହେଉଛନ୍ତି ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ। ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ୨୫ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ସେଥିରେ ରହିଛି ୧୨ଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଂକଳନ। ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ୮ଟି ପୁସ୍ତକ ଅନୂଦିତ ହୋଇଛି। ତାଙ୍କର କବିତା ସଂକଳନ ମଧ୍ୟରେ ରହିଛି ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ନିର୍ବାଚିତ କବିତା ଓ ପ୍ରାର୍ଥନାର ଶବ୍ଦପରି। ସେ ୨୦୧୧ରେ ‘କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର’ ଗ୍ରହଣ କରିଛନ୍ତି। ଏହାସହ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍‌ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବକବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ ଆଦି ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି।

Spread the love