Dhenkanal famous Gajalaxmi puja strats

ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ପବିତ୍ର କୁମାରପୂର୍ଣ୍ଣିମାଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି । ସହରର ୩୮ଟି ପୂଜାମଣ୍ଡପରେ ମା’ଙ୍କର ଆବାହନ କରାଯାଇଛି । ପୁରୋହିତଙ୍କ ମନ୍ତ୍ରପାଠରେ ଢେଙ୍କାନାଳ ସହର ଉତ୍ସବ ମୁଖରିତ ହୋଇଉଠିଛି । ପୂଜାର୍ଚ୍ଚନା, ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ, ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ପୂଜାମଣ୍ଡପ ପ୍ରକମ୍ପତି ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପୂଜାମଣ୍ଡପରେ ଧନଦାତ୍ରୀଙ୍କ ପ୍ରତିମା ପ୍ରତୀୟମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ ହୋଇଛି ପୁରା ଢେଙ୍କାନାଳ ସହର । ମୀନା ବଜାର, କୈବଲ୍ୟ ବଜାର, ଲଷ୍ମୀବଜାର, ଗଣେଶ ବଜାର, ଗୁଡ଼ିଆନାଳୀ ପୂଜା ମଣ୍ଡପରେ ଚାନ୍ଦୀ ମେଢ଼, ସୁନା ଅଳଙ୍କାରରେ ମାଆ ପୂଜା ପାଉଛନ୍ତି । ଅନ୍ୟ ମଣ୍ଡପରେ ମାଆ ସୁନାରୁପା ଅଳଙ୍କାରରେ ପୂଜା ପାଉଛନ୍ତି ।

Spread the love