blog

ଗ୍ରୀଷ୍ମ ଋତୁର ଅସହ୍ୟ ତାତିରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ତାପମାତ୍ରା ବଢ଼ିବା ସହିତ ସାଧାରଣ ଜୀବନଯାପନ ହୋଇପଡ଼ିଛି ମୁସ୍କିଲ । ଅସହ୍ୟ ଗରମରେ ଛଟପଟ ହେଉଥିବା ଜନସାଧାରଣ ରୌଦ୍ର‌୍ୟ ତାପରୁ ଟିକିଏ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଦେଶୀ ପାନୀୟ ଆଡ଼କୁ ଟାଣି ହୋଇ ଯାଉଛନ୍ତି । ଏଭଳି ତାତିକୁ ମାତ୍ ଦେବାକୁ ବଜାରରେ ଅନେକ ପ୍ରକାରର ସର୍ବତ, ଲସି, ବେଲପଣା, ତରଭୂଜ ଜୁସ୍‌, ପଇଡ଼ ପାଣି, ପୁଦିନା ସର୍ବତ, ଆଖୁରସ ଭଳି ବିଭିନ୍ନ ପ୍ରକାରର ଦେଶୀ, ତାଜା ଥଣ୍ଡା ପାନୀୟ ମିଳୁଛି । ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ମୃଦ୍ୟୁ ପାନୀୟ ସହିତ ଏଭଳି ଦେଶୀ ପାନୀୟ ଉପରେ ରହିଛି ଓଡ଼ିଆ ଲୋକଙ୍କ ରୁଚି । ଖରାଦିନେ ପାନୀୟ କଥା ଆସିଲେ ଟଙ୍କ ତୋରାଣି ରହିଛି ସବୁଠାରୁ ଆଗରେ । ଅବଢ଼ା ଆମ୍ବକଷିଆ ଅଦା, ଲେମ୍ବୁ ଓ କମଳା ପତ୍ର, କଞ୍ଚାଲଙ୍କା, ଲୁଣ, ଲେମ୍ବୁ ଇତ୍ୟାଦି ମିଶାଇ ପ୍ରସ୍ତୁତ ହେଉଥିବା ଶ୍ରୀଜଗନ୍ନାଥଙ୍କ ପ୍ରିୟ ଏହି ଟଙ୍କ ତୋରାଣିରେ ରହିଛି ସବୁ ଓଡ଼ିଆଙ୍କ ଆଗ୍ରହ । ଏସବୁ ପାନୀୟ ଶରୀରକୁ ହାଇଡ୍ରେଟ୍ କରିବାରେ ବେଶ୍ ସହାୟକ ହୋଇଥାଏ।

ପେଟ ପାଇଁ ଭଲ ବେଲପଣା

ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରସାଦ ଭାବେ ଅର୍ପଣ ହୁଏ ବେଲପଣା । ପାଚିଲା ବେଲ ରସରେ ପାଚିଲା କଦଳୀ, ଚିନି କିମ୍ବା ଗୁଡ଼, କୋରା ନଡ଼ିଆ, ଛେନା, ଦହି, ଗୋଲମରିଚ ଗୁଣ୍ଡ ପକାଇ ଏହି ସ୍ୱାସ୍ଥ୍ୟକର ବେଲପଣା ପ୍ରସ୍ତୁତ କରାଯାଏ । ଏହି ପଣା ଅଂଶୁଘାତରୁ ରକ୍ଷା କରିବା ସହ ପେଟ ଅଲସର ଚିକିତ୍ସା ପାଇଁ ବେଶ୍ ଉପକାରୀ । ଅଜୀର୍ଣ୍ଣ, ଗ୍ୟାଷ୍ଟ୍ରିକ ଓ ଏସିଡିଟି ଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ବେଲପଣା ବେଶ୍ ଲାଭଦାୟକ ।

ଶରୀରକୁ ଥଣ୍ଡା ରଖେ ପାଳୁଅ ପଣା

ଖରାଦିନେ ପାଳୁଅ ପଣାର ରହିଛି ବେଶ୍ ଚାହିଦା । ପାଳୁଅରେ ଦହି, ଚିନି, ଗୁଜୁରାତି ପକାଇ ଏହି ସୁସ୍ୱାଦୁ, ସୁଗନ୍ଧିତ ପାନୀୟ ପ୍ରସ୍ତୁତ କରାଯାଏ । ଦକ୍ଷିଣ ଓଡ଼ିଶାରେ ଏହି ପଣା ଖୁବ୍ ଲୋକପ୍ରିୟ । ଖରାଦିନେ ଏହି ପଣା ଶରୀରକୁ ଥଣ୍ଡା ରଖିବା ସହିତ ପେଟ ଖରାପ ହେବାରୁ ରକ୍ଷା କରେ।

ତାଜା ସମର ଡ୍ରିଙ୍କସ୍ ଆମ୍ବ ପଣା

ପ୍ରାୟ ସମସ୍ତଙ୍କର ପ୍ରିୟ ଫଳର ରାଜା ଆମ୍ବ । ଏଥିରେ ତିଆରି ଆମ୍ବ ପଣା ସତରେ ବେଶ୍ ସ୍ୱାଦିଷ୍ଟ । ସିଝା କଞ୍ଚା ଆମ୍ବ, ପୁଦିନା, ଚିନି, ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଦେଇ ଏହି ତାଜା ସମର ଡ୍ରିଙ୍କସ୍ ପ୍ରସ୍ତୁତ କରାଯାଏ । ପାଚିଲା ଆମ୍ବରେ କ୍ଷୀର କିମ୍ବା ଦହି ମିଶାଇ ମଧ୍ୟ ଆମ୍ବ ପଣା ପ୍ରସ୍ତୁତ କରାଯାଏ ।

ସଭିଙ୍କ ପ୍ରିୟ ଓଡ଼ିଶା ଲସି

ଗରମ ବଢ଼ିବା ସହିତ ବଢ଼ିଯାଏ ଲସିର ଚାହିଦା । ଦହି, ଚିନି, ବରଫ ସହିତ କୋରା ନଡ଼ିଆ, କିସ୍‌ମିସ୍‌, କେଶର, କାଜୁ, ରାବିଡ଼ି, ଚେରି ପକାଇ ତିଆରି କରାଯାଉଛି ଓଡ଼ିଆଙ୍କ ପ୍ରିୟ ଏହି ସ୍ୱାଦିଷ୍ଟ ଲସି । ଖରାଦିନେ ଗୋଟିଏ ଗ୍ଲାସ ଲସି ପିଇଦେଲେ ପେଟ ପୂରା ଥଣ୍ଡା । ମାଟି ହାଣ୍ଡି ଲସି, ସୁଗାର ଫ୍ରି ଲସି, ଗୁଡ଼ ଲସି, କେଶର ଲସିର ଲୋକପ୍ରିୟତା ଏବେ ଅଧିକ ବଢ଼ିଯାଇଛି ।

ସତେଜତା ପାଇଁ ଲେମ୍ବୁ ସର୍ବତ

ଖରାଦିନେ ଲେମ୍ବୁ ସର୍ବତ ଏକ ମ୍ୟାଜିକ୍ ଭଳି କାମ କରେ । ଲେମ୍ବୁ ସର୍ବତ ସେବନ କରିବା ପରେ ବେଶ୍ ସତେଜତା ଅନୁଭବ ହୋଇଥାଏ । ପାଣିରେ ଲେମ୍ବୁ ରସ, ଅଦା ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଏହି ଏନର୍ଜି ଡ୍ରିଙ୍କସ୍ ପ୍ରସ୍ତୁତ କରାଯାଏ ।

ମୁଡ୍ ତାଜା ରଖିବ ପୁଦିନା ସର୍ବତ

ଓଡ଼ିଶାର ଘରେ ଘରେ ତିଆରି ହୁଏ ପୁଦିନା ସର୍ବତ । ତାଜା ପୁଦିନା ପତ୍ର, ଅଦା, କଞ୍ଚା ଲଙ୍କା, ପାଣି, ଲୁଣ ଓ ଲେମ୍ବୁ ମିଶାଇ ତିଆରି ହୋଇଥାଏ ଏହି ରିଫ୍ରେସିଂ ପୁଦିନା ସର୍ବତ ।

ମ୍ୟାଜିକାଲ ଡ୍ରିଙ୍କସ୍ ଜଲଜିରା ସର୍ବତ

ଏହି ମ୍ୟାଜିକାଲ ଜଲଜିରା ଡ୍ରିଙ୍କସ୍ ପାଇଁ ଲେମ୍ବୁ, ଜଲଜିରା, ବ୍ଲାକ୍ ସଲ୍ଟ, ଗୋଲମରିଚ ଗୁଣ୍ଡ, ପାଣି ଓ ବରଫ ବ୍ୟବହାର କରାଯାଏ । ଖରାଦିନେ ରାସ୍ତା କଡ଼ରେ ଏହି ଡ୍ରିଙ୍କସ୍ ବିକ୍ରି ହୋଇଥାଏ ।

ଏହା ବ୍ୟତୀତ ଗରମକୁ ତ୍ରାହି ପାଇବା ଲାଗି ଓଡ଼ିଶାର ଲୋକେ ଶିକଞ୍ଜି, ପଇଡ଼ ପାଣି, ଆଖୁରସ, ଥଣ୍ଡାଇ, ଛାଛ୍‌, ଖଜୁରି ମିଶ୍ରୀ ସରବତ, ମସଲା ସୋଡ଼ା, ଦହି ସୋଡ଼ା, ଦହି-ପୁଦିନା ସରବତ ସେବନ କରିବାକୁ ପସନ୍ଦ କରନ୍ତି । ଦୋକାନୀମାନେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲେମ୍ବୁ ମିଶ୍ରି ପାଣି, ଭୁଷି ମିଶ୍ରି ପଣା ଆଦି ବିକ୍ରି କରୁଛନ୍ତି । ଆପଣଙ୍କୁ ଏହି ଆଲେଖ୍ୟଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ ।

Spread the love