'Bela Pana' is one of the favorite drinks of the Odias during summer.

ଖରାଦିନେ ଓଡ଼ିଆଙ୍କ ପ୍ରିୟ ପାନୀୟ ମଧ୍ୟରେ ‘ବେଲ ପଣା’ ଅନ୍ୟତମ । ପାଚିଲା ବେଲରୁ ଶସ ବାହାର କରି ସେଥିରେ ଗୁଡ଼, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, ଦହି, ନଡ଼ିଆ କୋରା ଏବଂ ବରଫ ଆଦି ବ୍ୟବହାର କରି ଏହି ସୁଆଦିଆ ବେଲ ପଣା ତିଆରି କରାଯାଇଥାଏ । ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତିରେ ଏହି ପଣାକୁ ଦିଅଁଙ୍କ ପାଖରେ ଭୋଗ ଲଗାଯାଏ ଓ ତୁଳସୀ ଚଉଁରାରେ ବସୁନ୍ଧରା ଠେକିରେ ରଖାଯାଏ ।
ବେଲ ପଣା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର ହୋଇଥିବା ବେଳେ ଏହା ଖରାଦିନେ ପେଟ କୁ ଥଣ୍ଡା ରଖିବା ସହ ମନକୁ ଶାନ୍ତି ଦେଇଥାଏ ।ଇଲେକ୍ଟ୍ରୋଲାଇଟ୍ ର ଏକ ପ୍ରାକୃତିକ ଉତ୍ସ ଭାବେ ଏହା ଖରାଦିନେ ଡିହାଇଡ୍ରେସନ୍କୁ ମଧ୍ୟ ରୋକିଥାଏ । ତେବେ ଆଉ ଡେରି କାହିଁକି… ପିଅନ୍ତୁ ଓ ମଜା ନିଅନ୍ତୁ ସୁଆଦିଆ ‘ବେଲ ପଣା’ ର!

Spread the love