KIIT Student Trishna Ray crowned Miss Teen Universe India

କିଟ୍‌ ଛାତ୍ରୀ ହାସଲ କରିଛନ୍ତି ‘ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩’ ର ବିଜୟ ମୁକୁଟ। କିଟ୍‌ ବିଶ୍ୱବିଦ୍ୟାଳୟ ଫ୍ୟାସନ ସ୍କୁଲ ଛାତ୍ରୀ ତ୍ରିଷ୍ଣା ରାୟ ଚଳିତବର୍ଷର ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ଅପ୍ରେଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସ୍‌ନାଲ୍‌ ପିଜିଏଣ୍ଟ ଅଫ୍‌ ମିସ୍‌ ଟିନ୍‌ ପ୍ରତିଯୋଗିତାରେ ତିଷ୍ଣା ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ବିୟୁଟି ଉଇଥ ବ୍ରେନ୍‌ସ, ରାମ୍ପ ୱାକ, ସ୍ପିଚ୍‌ ରାଉଣ୍ଡ ଓ ‘ମିସ୍‌ ଟିନ୍‌ ଇଣ୍ଡିଆ ଇଷ୍ଟ’ ଆଦି ଜଟିଳ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶେଷରେ ସେ ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ୍‌ ହାସଲ କରିଥିଲେ । ଏହାପରେ ସେ ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ । ଗ୍ଲାମ୍‌ ଆନନ୍ଦ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଭାରତ ୨୪ ଚ୍ୟାନେଲ୍‌ ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

Spread the love