The big religious bell is installed in the kakatpur mangala temple

କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ବଡ଼ ଘଣ୍ଟି । ଏହି ଘଣ୍ଟିର ଧ୍ବନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ଏହାର ଶବ୍ଦ ମନ୍ଦିର ଠାରୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଉଛି । ଏହି ଘଣ୍ଟିଟିର ଓଜନ ଏକ କୁଇଣ୍ଟାଲ କୋଡ଼ିଏ କିଲୋ ରହିଥିବା ବେଳେ ଏହାକୁ ଏକ ବର୍ଷ ତଳେ ଖୋର୍ଦ୍ଧା ଅଞ୍ଚଳର ଜଣେ ଭକ୍ତ ନାରାୟଣ ମହାନ୍ତି ମନ୍ଦିରକୁ ଦାନ କରିଥିଲେ । ମନ୍ଦିର ଭିତରେ ଏହି ବିଶାଳକାୟ ଘଣ୍ଟିଟିକୁ ମନ୍ଦିରର ଗର୍ଭଗୃହରେ ଲଗାଇବା ଦ୍ବାରା ଏହାର ଧ୍ବନିର ଭାଇବ୍ରେସନ ଯୋଗୁଁ ମନ୍ଦିର ପ୍ରତି ବିପଦ ରହିଥିବା ଆଶଙ୍କା କରି ଏହାକୁ ମନ୍ଦିର ଭିତରେ ଟଙ୍ଗା ଯାଇପାରିନଥିଲା । ସେବକ ନିଯୋଗର ପରାମର୍ଶ ଏବଂ ଟ୍ରଷ୍ଟବୋର୍ଡର ନିଷ୍ପତି କ୍ରମେ ଏହି ବିଶାଳକାୟ ଘଣ୍ଟିକୁ ମନ୍ଦିର ବେଢା ପରିସରରେ ଦୁଇଟି ଲୁହା ଖୁଣ୍ଟ ଦେହରେ ଟଙ୍ଗାଯାଇ ସ୍ଥାପନ କରାଯାଇଛି । ଏହି ଘଣ୍ଟି ଟି ଲାଗିବା ପରେ ଏହାକୁ ବଜାଇ ଭକ୍ତ ଓ ଶ୍ରଦ୍ଧାଳୁ ମା’ ମଙ୍ଗଳାଙ୍କ ଆଶିଷ ନେଉଛନ୍ତି ।

Spread the love