Proud moment for Odisha as Cuttack’s famous Silver Filigree work gets GI Tag

କଟକର ପ୍ରସିଦ୍ଧ ରୁପା ତାରକସି କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା। କଟକବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। କଟକର କାରିଗରଙ୍କ ନିଖୁଣ କଳା ଏବଂ ରୁପାରେ ନିଆରା କାମକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି। ରୁପା ତାରକସି କାର୍ଯ୍ୟରେ କଟକ ଜିଲ୍ଲାର ଏକ ଦୀର୍ଘ ଇତିହାସ ରହିଛି। କଟକର ରୌପ୍ୟ ଚିତ୍ର ଏହାର ସୂକ୍ଷ୍ମତା ଏବଂ ଜଟିଳ କାର୍ଯ୍ୟଶୈଳୀ ପାଇଁ ପ୍ରସିଦ୍ଧ । ଏବେ ଏହି ଶିଳ୍ପକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି କଟକର ରୁପା ତାରକସି କାମ କାରିଗର।

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ତାରକସୀ ପାର୍ସି, ମୋଗଲ ଓ ଇଣ୍ଡୋନେସିଆ ଦ୍ୱାରା ପ୍ରଭାବିତ ହୋଇ ଆରମ୍ଭ ହୋଇଥିବା ଇତିହାସରୁ ଜଣାପଡ଼େ । ଏହା ଶ୍ରୀମନ୍ଦିର ପରମ୍ପରାଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ ଏବଂ ଦୁର୍ଗାପୂଜା ମେଢ଼ରେ ବିଶେଷ ଆକର୍ଷଣ ସାଜିଥାଏ । ଫୁଲ, ଜାଲି ଓ ସିକୋ ଆଦି ତିନି ପ୍ରକାର ଏହାର ନିର୍ମାଣ ଶୈଳୀ ଥିବାବେଳେ ଏହାକୁ ଗଢ଼ିବା ପାଇଁ ବ୍ୟବହୃତ ହୁଏ ପ୍ରାୟ ୩୨ ପ୍ରକାରର ଉପକରଣ । ଏହି ଶିଳ୍ପ ଉପରେ କଟକର ଶହଶହ ଶିଳ୍ପୀ ପରିବାର ନିର୍ଭର କରିଥାନ୍ତି। ରାଜ୍ୟକୁ ଆସୁଥିବା ବିଦେଶୀ ଅତିଥିଙ୍କୁ ସରକାରୀ ଓ ବେସରକାରୀସ୍ତରରେ ରୁପା ତାରକସୀ କାରୁକାର୍ଯ୍ୟର ଉପହାର ଦେଇଥାନ୍ତି। ଶହଶହ ଶିଳ୍ପୀଙ୍କ ଗୁଜରାଣ ମେଣ୍ଟାଉଥିବା ଏହି ତାରକସୀ କାମ କଟକର ଐତିହ୍ୟକୁ ସର୍ବଦା ଦେଶବିଦେଶରେ ପରିପ୍ରକାଶ କରିଥାଏ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାବାସୀ ବିଶେଷ ଭାବରେ କଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ତାରକସୀ କଳା ରୌପ୍ୟନଗରୀ କଟକର ସ୍ୱାଭିମାନ ଏବଂ ସ୍ୱତନ୍ତ୍ର ପରିଚୟ । ଏହି ନିଷ୍ପତି ଆମର ପାରମ୍ପରିକ କଳାକୁ ସମ୍ମାନ ଦେବା ସହ ତାରକସୀ କାରିଗରଙ୍କ ଜୀବନଜୀବିକା ବଢାଇବା ଦିଗରେ ବିଶେଷ ସହାୟକ ହେବ । ୫୦୦ବର୍ଷର ପୁରୁଣା ନିଖୁଣ କାରୁକାର୍ଯ୍ୟସମ୍ପନ୍ନ ତାରକସୀକୁ ଜିଆଇ ସ୍ୱୀକୃତି ମିଳିଥିବାରୁ ସମସ୍ତ ଶିଳ୍ପୀଙ୍କୁ ଅଭିନନ୍ଦନ ଏବଂ ଆମେ ଓଡ଼ିଆ ଅତ୍ୟନ୍ତ ଗର୍ବିତ ।

Spread the love