odisha tourism

ବିଶ୍ବ ପର୍ଯ୍ୟଟନରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର । ଆମ ରାଜ୍ୟରେ ଭରି ରହିଛି ସୁନ୍ଦର ସୁନ୍ଦର ଦର୍ଶନୀୟ ସ୍ଥାନ । ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଆମର ଐତିହ୍ୟସମ୍ପନ୍ନ ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇବା ସହ ବିବିଧପୂର୍ଣ୍ଣ ପରିବେଶର ସୁନ୍ଦରତାକୁ ପରିପ୍ରକାଶ କରେ । ଓଡ଼ିଶାର ଅନୁକୂଳ ପରିବେଶ ମଧ୍ୟ ବନ୍ୟ ଜୀବଜନ୍ତୁ ପାଇଁ ଉତ୍କୃଷ୍ଟ ।  ଘଞ୍ଚ ଜଙ୍ଗଲ, ପାହାଡ, ପର୍ବତ, ନଦୀରେ ପରିପୂର୍ଣ୍ଣ ବିସ୍ତିର୍ଣ୍ଣ କ୍ଷେତ୍ରରାଶି ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ପାଇଁ ପାଲଟିଛି ଉପଯୁକ୍ତ ବାସସ୍ଥାନ । କାର୍ତ୍ତିଭରା ଆମ ରାଜ୍ୟ ସାଜିଛି ଅନେକ ଜୀବଜନ୍ତୁଙ୍କ ବାସସ୍ଥଳୀ, ଯାହା ପର୍ଯ୍ୟଟନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।

ଶିମିଳିପାଳର ରାଜା ମହାବଳ

ମୟୂରଭଞ୍ଜର 2250 ବର୍ଗ କିମି ଶାଳବଣକୁ ନେଇ ଗଠିତ ଶିମିଳିପାଳ ଜାତୀୟ ଉଦ୍ୟାନ । ଏହାର ବନସ୍ଥଳୀ ଓ ବନ୍ୟପ୍ରାଣୀର ବିବିଧତା ବୋଧହୁଏ ପୂର୍ବଭାରତରେ କେଉଁଠି ନଥିବ ।  ମହାବଳ ବାଘ ପାଇଁ ବିଶ୍ୱ ପରିଚିତ ହୋଇଛି ଏହି ଜାତୀୟ ଉଦ୍ୟାନ । ମହାବଳ ବାଘ ଆମ ରାଜ୍ୟରେ ସବୁଠାରୁ ଅଧିକ ଏଇଠି ଦେଖାଯାଆନ୍ତି । ସେହିପରି ପୂର୍ବ ଭାରତର ସର୍ବବୃହତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ଶିମିଳିପାଳ ପରିଗଣିତ ହେଉଥିବା ବେଳେ କଳା ବାଘ (ମେଲାନିଷ୍ଟିକ ଟାଇଗର)ଙ୍କ ଏକମାତ୍ର ଜନ୍ମସ୍ଥାନ ଭାବେ ଖ୍ୟାତି ଅର୍ଜନ କରିଛି । କେବଳ ହାତୀ ଓ ବାଘଙ୍କ ପାଇଁ ଶିମିଳିପାଳ ବିଖ୍ୟାତ ନୁହେଁ, ବିଶ୍ବସ୍ତରୀୟ ଅଭ୍ୟାୟରଣ୍ୟ ଓ ଜୈବମଣ୍ଡଳରେ ଦେଖିବାକୁ ମିଳନ୍ତି ଭାଲୁ, ବଣ ବିଲେଇ, ବଜ୍ରକାପ୍ତା, ହରିଣ, ସମ୍ର, ଗୟଳ, ନୀଳଗାଈ, ମୟୂର ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀ।

କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଟିକରପଡ଼ା

ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ଅଛନ୍ତି ୩ଟି ପ୍ରଜାତିର କୁମ୍ଭୀର । ଶିମିଳିପାଳ ଜାତୀୟ ଉଦ୍ୟାନ ହେଉ କି ଟିକରପଡ଼ା, ଓଡ଼ିଶାର ସନ୍ତସନ୍ତିଆ ଜଙ୍ଗଲ କୁମ୍ଭୀର ପାଇଁ ସାଜିଛି ଉପଯୁକ୍ତ ବାସସ୍ଥାନ । ତେଣୁ ଆମ ରାଜ୍ୟରେ ଦେଖିବାକୁ ମିଳିଥାଏ 3 ପ୍ରକାର ପ୍ରଜାତିର କୁମ୍ଭୀର ଯଥା-ଘଡିଆଳ, ବଉଳା କୁମ୍ଭୀର, ଲୁଣା କୁମ୍ଭୀର । ଏଥିସହ ଏଠାରେ ଥିବା କୁମ୍ଭୀର ଆକାର ପାଇଁ ଗିନିଜ ରେକର୍ଡ କରିଛି । ଏହାସହ ଆମ ରାଜ୍ୟରେ ଯେଉଁ କିଛି ପ୍ରଜାତିର କୁମ୍ଭୀର ଦୃଷ୍ଟିଗୋଚର ହୁଏ, ସେମାନଙ୍କ ମଧ୍ୟରୁ ଘଡ଼ିଆଳ ହେଉଛି ଏକ ବିଲୁପ୍ତ ପ୍ରାୟ ପ୍ରଜାତି । ଯେଉଁମାନଙ୍କର ପ୍ରାକୃତିକ ବାସସ୍ଥଳୀ କହିଲେ ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା। ଘଡ଼ିଆଳ କୁମ୍ଭୀରଙ୍କ ପ୍ରଜନନ ପାଇଁ ଏହା ଏକ ଉତ୍ତମ ସ୍ଥାନ । ବର୍ଷର ନିର୍ଦ୍ଦିଷ୍ଟ ମାସରେ ଟିକରପଡ଼ା ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥାଏ।

ବିହଙ୍ଗଙ୍କ ସ୍ବର୍ଗ ଚିଲିକା

ଓଡ଼ିଶାରେ ୪୦୦ରୁ ଅଧିକ ପ୍ରଜାତିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ ବାସ କରନ୍ତି । ଚିଲିକା ହ୍ରହ, ଅଂଶୁପା ହ୍ରଦ, ହୀରାକୁଦ ଜଳଭଣ୍ଡାର, ସୁନାବେଡ଼ା ଅଭୟାରଣ୍ୟ, ଶିମିଳିପାଳ ଜୈବମଣ୍ଡଳ, ଭିତରକନିକା ଆଦିରେ ଅଂସଖ୍ୟ ବିରଳ ପକ୍ଷୀ ଦେଖାଯାନ୍ତି। ହେଲେ ପକ୍ଷୀଙ୍କ ସ୍ୱର୍ଗୀୟ ବାସସ୍ଥାନ କହିଲେ ସମସ୍ତେ ମରାଳ ମାଳିନୀ ଚିଲିକାକୁ ବୁଝନ୍ତି । ଏହାର ଉତ୍କୃଷ୍ଟ ଜୈବବିବିଧତା କେବଳ ଦେଶୀ ନୁହେଁ ହଜାର ହଜାର ପ୍ରବାସୀ ପକ୍ଷୀଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ଶୀତଦିନେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ ଚିଲିକାର ମଙ୍ଗଳାଯୋଡି ଓ ନଳବଣ । ଏଠାରେ ହଜାର ହଜାର ବିଭିନ୍ନ ପ୍ରଜାତିର ଚଢେଇମାନଙ୍କୁ ଦେଖିବା ପାଇଁ ଗୋଟିଏ ବାର୍ଡ ୱାଚିଂ ପଏଣ୍ଟ ରହିଛି ।

ଗହୀରମଥାର ବିରଳ ଅଲିଭ ରିଡଲେ୍

ପ୍ରତିବର୍ଷ ଆମ ଓଡ଼ିଶା ପର୍ଯ୍ୟଟନର ଶୋଭା ବଢ଼ାଇଥାଏ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସମାଗମ । ଏଥିପାଇଁ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି ଭିତରକନିକା ଜାତୀୟ ଉଦ୍ୟାନର ଗହୀରମଥା, ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମି ଓ ପୁରୀର ଅସ୍ତରଙ୍ଗ ବେଳାଭୂମି । କିନ୍ତୁ ଗହୀରମଥାରେ ଲକ୍ଷାଧିକ ଅଲିଭ୍ ରିଡଲେ ପ୍ରଜନନ ପାଇଁ ଆସିଥାନ୍ତି । ନଭେମ୍ବର ମାସ ପରଠୁ ଭିତରକନିକାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନିଶ୍ଚିତ ଭାବେ ଅଲିଭ ରିଡଲେ କଇଁଛକୁ ଦେଖିବାର ସୌଭାଗ୍ୟ ପାଇପାରିବେ । କିନ୍ତୁ ଗାଇଡଲାଇନ୍ ଅନୁସାରେ ଗୋଟିଏ ସ୍ଥାନରେ ଲକ୍ଷାଧିକ କଇଁଛଙ୍କ ସମାଗମର ଅପୂର୍ବ ଦୃଶ୍ୟକୁ କେବଳ ଦୂରରୁ ହିଁ ଉପଭୋଗ କରିହେବ।  କାରଣ ଏହି ବିରଳ କଇଁଛମାନେ କେବଳ ପ୍ରଜନନ ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଆମ ଓଡ଼ିଶାକୁ ଆସିଥାନ୍ତି।

ଡଲଫିନର ଠିକଣା ସାତପଡ଼ା

ଚିଲିକା ବିଦେଶୀ ପକ୍ଷୀଙ୍କ ବାସସ୍ଥାନ ପରି ସାତପଡ଼ା ଡଲଫିନଙ୍କ ଘର । ଚିଲିକା ବୁଲିବାକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ସାତପଡ଼ାର ସୁନ୍ଦର ଦୃଶ୍ୟ ସହ ଜଳକ୍ରୀଡ଼ା କରୁଥିବା ଡଲଫିନ୍ ଦେଖିବାକୁ ପାଇଥାନ୍ତି । ପୁରୀର ଚିଲିକା କୂଳରେ ସାତପଡ଼ା ଘାଟରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଜେଟି ନିର୍ମାଣ କରାଯାଇଅଛି । ଏଥିରେ ପର୍ଯ୍ୟଟକମାନେ ଏରାୱଡି ପ୍ରଜାତିର ଡଲଫିନ ବିଚରଣ କରୁଥିବାର ମନଲୋଭା ଦୃଶ୍ୟକୁ ଉପଭୋଗ କରିପାରିବେ । ଏବେ ଆମ ରାଜ୍ୟର ପାଣିପାଗ ଓ ପରିବେଶ ଧୀରେ ଧୀରେ ଡଲଫିନଙ୍କୁ ବେଶ ଖାପଖୁଆଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।  ଦିନକୁ ଦିନ ରାଜ୍ୟରେ ଡଲଫିନ ସଂଖ୍ୟା ବଢି ୭୦୦ରୁ ଉର୍ଦ୍ଧ୍ୱରେ ପହଞ୍ଚିଛି ।

ପର୍ଯ୍ୟଟନ କେବଳ ଏକ ମନୋରଞ୍ଜନକାରୀ ଶବ୍ଦ ନୁହେଁ । ଏଥିରେ ରହିଛି ଏକ ମାଟିର ଉତ୍କର୍ଷତା, ଭାସ୍କର୍ଯ୍ୟ, ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ବିଶେଷତା । ଯାହାର ପର୍ଯ୍ୟଟନ ଯେତେ ସୃଦୁଢ, ସେ ସେତେ ସମୃଦ୍ଧ ଓ ଶକ୍ତିଶାଳୀ। ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। ତେବେ ଏହି ଉଦ୍ଦେଶ୍ୟକୁ ନେଇ ପ୍ରତିବର୍ଷ ସେପ୍ଟେମ୍ବର 27ତାରିଖରେ ପାଳିତ ହୋଇଆସୁଛି ବିଶ୍ବ ପର୍ଯ୍ୟଟନ ଦିବସ।

Spread the love