Janajati Library will be in Odisha Central University

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଗତ ୧୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରି କୋରାପୁଟରେ ଏକ ବିଶ୍ୱସ୍ତରୀୟ ଜନଜାତି ପାଠାଗାର, ସଂଗ୍ରହାଳୟ ଓ ଗବେଷଣା ପ୍ରତିଷ୍ଠାନ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଛି। ଜନଜାତି ସମ୍ପ୍ରଦାୟର ଉନ୍ନତି ପାଇଁ କୁଳପତିଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏହି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଧିକାଂଶ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ପଦବି ପୂରଣ ହୋଇପାରି ନାହିଁ। ବରିଷ୍ଠ ଶିକ୍ଷକଙ୍କ ଅଭାବ ଯୋଗୁ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ବିଭିନ୍ନ ବିଭାଗରେ ଅଭିଜ୍ଞ ବରିଷ୍ଠ ଅତିଥି ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏଥିସହ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀ ପଦବି ପୂରଣ ପାଇଁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ। ଖେଳକୁଦର ବିକାଶ ନିମନ୍ତେ ଜଣେ ସ୍ଥାୟୀ କ୍ରୀଡ଼ା ପ୍ରଫେସରଙ୍କୁ ନିଯୁକ୍ତି ସହ କ୍ରୀଡା କ୍ଷେତ୍ରରେ ବିଶ୍ବବିଦ୍ୟାଳୟକୁ ଅନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସ୍ୱର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ କୁମାର ହର ଜୀବନଦାସ ସୋନିଙ୍କୁ ଅତିଥି ପ୍ରଫେସର ଭାବେ ବିଶ୍ବବିଦ୍ୟାଳୟ ନିଯୁକ୍ତି କରିଛି। ତାଙ୍କ ତତ୍ତ୍ବାବଧାନରେ ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ସଂକୁଳ (କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିସହ ବେଦରେ ବର୍ଣ୍ଣିତ ଦେଶୀ ଗାଈ କ୍ଷୀରର ବିଭିନ୍ନ ଉପକାରିତା ବିଷୟରେ ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ସ୍ୱଦେଶୀ ଗାଈ କ୍ଷୀର ଉପରେ ଗବେଷଣା କରିବା ପାଇଁ ଅନ୍ତର୍ଜାତୀୟ ଗବେଷକମାନଙ୍କୁ ନିୟୋଜିତ କରିବାକୁ ଉଦ୍ୟମ କରୁଛି ।

Spread the love