Sangeet Natak Akademi Awards will be given to 5 people from Odisha

କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗତ ୩ ବର୍ଷ ପାଇଁ ଏକାଡେମୀ ପୁରସ୍କାର ଓ ଉସ୍ତାଦ ବିସମିଲା ଖାନ୍‌ ଯୁବ ପୁରସ୍କାର ପାଇଁ ୨୩୦ ଜଣଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାରୁ ୧୦ଜଣ ରହିଛନ୍ତି । ଏକାଡେମୀ ପୁରସ୍କାର ପାଇଁ ୫ ଜଣଙ୍କ ନାମ ଓ ଉସ୍ତାଦ୍‌ ବିସ୍‌ମିଲା ଖାନ୍‌ ଯୁବ ପୁରସ୍କାର ପାଇଁ ୫ ଜଣଙ୍କ ନାମ ଘୋଷଣା ହୋଇଛି । ସଂଗୀତ, ନୃତ୍ୟ, ନାଟକ, ପାରମ୍ପରିକ ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ ଆଦି ବର୍ଗରେ ପାରଦର୍ଶିତା‌ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଦିଆଯାଉଥିବା ଏହି ପୁରସ୍କାର ଗତ ଦୁଇବର୍ଷ ଧରି ଦିଆଯାଇନଥିଲା । ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟରେ ରବୀନ୍ଦ୍ର ଅତିବୁଦ୍ଧି ଓ ‘ଛଉ ନୃତ୍ୟ’ରେ ତ୍ରିଲୋଚନ ମହାନ୍ତ ଏବଂ ୨୦୨୧ ପାଇଁ ସୁଗମ ସଂଗୀତ କ୍ଷେତ୍ରରେ ସୁସ୍ମିତା ଦାସ, ନୃତ୍ୟ ସଂଗୀତରେ ବିଜୟ କୁମାର ଜେନା ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ମନୋଜ ପଟ୍ଟନାୟକଙ୍କ ନାମ ଏକାଡେମୀ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଏ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପୁରସ୍କୃତ କରିବେ। ପୁରସ୍କାର ବାବଦକୁ ସେମାନଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ର ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯିବ। ତେବେ ଏକାଡେମୀ ପକ୍ଷରୁ ବିଭିନ୍ନ ରାଜ୍ୟର ୧୦ଜଣ ବ୍ୟକ୍ତିବିଶେଷଙ୍କୁ ଫେଲୋସିପ୍‌ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା‌ରୁ କୌଣସି ବ୍ୟକ୍ତିବିଶେଷ ଏଥିରେ ସ୍ଥାନ ପାଇନାହାନ୍ତି । ସେହିଭଳି କଳା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ଦେଶରୁ ୧୦୨ଜଣଙ୍କୁ ‘ଉସ୍ତାଦ୍‌ ବିସ୍‌ମିଲା ଖାନ୍‌’ ଯୁବ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଓଡ଼ିଶାରୁ ୫ଜଣ ବ୍ୟକ୍ତିବିଶେଷ ମନୋନୀତ ହୋଇଛି । ୨୦୧୯ ପାଇଁ ‘ଛଉ ନୃତ୍ୟ’ରେ ବିଶ୍ବନାଥ କୁମ୍ଭକାର, ‘ପ୍ରହଲାଦ ନାଟକ’ ପାଇଁ ସନ୍ତୋଷ ରଣା, ୨୦୨୦ ପାଇଁ ‘ଓଡ଼ିଶୀ ସଂଗୀତ’ରେ ରୂପକ କୁମାର ପରିଡ଼ା, ‘ଓଡ଼ିଶୀ ନୃତ୍ୟ’ ପାଇଁ ପ୍ରଭାତ ସ୍ବାଇଁ, ‘କୁଚିପୁଡ଼ି ନୃତ୍ୟ’ ପାଇଁ ଅଭିଜିତ୍‌ ଦାସଙ୍କୁ ଚୟନ କରାଯାଇଛି । ଏହି ବର୍ଗରେ ୨୦୨୧ପାଇଁ ଓଡ଼ିଶାରୁ କେହି ମନୋନୀତ ହୋଇନାହାନ୍ତି। ଏହି ସମସ୍ତ ବ୍ୟକ୍ତିଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅକାଦେମିର ଅଧ୍ୟକ୍ଷଙ୍କ ଦ୍ବାରା ପୁରସ୍କୃତ କରାଯିବ । ପୁରସ୍କାର ବାବଦକୁ ସେମାନଙ୍କୁ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

Spread the love