Odisha's Kapdaganda shawl and Idital Art will get GI tag

‘କପଡାଗନ୍ଦା‘ ଓ ‘ଇଡିତାଲ‘କୁ ମିଳିବ ଜିଆଇ ଟ୍ୟାଗ୍‌। ରାୟଗଡା ଜିଲ୍ଳାର ନିୟମଗିରି ପାହାଡ ପାଦ ଦେଶରେ ରହୁଥିବା ବିରଳ ଡଙ୍ଗରିଆ କନ୍ଧ ସଂପ୍ରଦାୟର ମହିଳାମାନଙ୍କ ଦ୍ୱାରା ନିଜ ହାତରେ ବୁଣାଯାଉଥିବା ଆର୍କଷଣୀୟ ଏମ୍ବ୍ରୋଇଡରୀ ଶାଲ୍ ‘କପଡାଗନ୍ଦା’କୁ ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏସନ ଏବଂ ଗୁଣପୁର ଉପଖଣ୍ଡରେ ରହୁଥିବା ପୁଟାସିଂ ଅଂଚଳର ଲାଜିଂଆ ସଉରାଙ୍କ ଦ୍ୱାରା କାନ୍ଥଗୁଡ଼ିକରେ ଅଙ୍କା ଯାଉଥିବା ସୁନ୍ଦର ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ ମିଳିବା ନିମନ୍ତେ ଇଡଲ ଇଡିତାଲ ଆସୋସିଏସନ ଏବଂ ଉଭୟଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ବିଭାଗ ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକଙ୍କ ଦ୍ୱାରା ଜିଆଇ ଟ୍ୟାଗ ମିଳିବା ନିମନ୍ତେ ଆବେଦନ କରାଯାଇଥିଲା।

ଏବେ ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଆଇ ଟ୍ୟାଗ ଜୋର୍ନାଲରେ ପ୍ରକାଶିତ ହୋଇଛି। କପଡାଗନ୍ଦା ଶାଲ ଚାହିଦା ଅନ୍ତର୍ଜାତୀୟ ବଜାରରେ ରହିଥିବା ବେଳେ ଇଡିତାଲ ଚିତ୍ର ମଧ୍ୟ ବିଶ୍ୱସ୍ତରରେ ପ୍ରସିଦ୍ଧ ଲାଭ କରିବାରେ ଲାଗିଥିବାରୁ ଉଭୟ ଆସୋସିଏସନ ତରଫରୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା। ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପାଇଁ ଆହୁରି ୪ ରୁ ୫ ମାସ ସମୟ ନେଇପାରେ ବୋଲି ଜଣାପଡିଛି। ତେବେ ରାୟଗଡା ଜିଲ୍ଳାର ଏହି ଦୁଇଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ଖବର ପ୍ରସାରିତ ହେବା ପରେ ଜିଲ୍ଳାରେ ଖୁସିର ଲହରି ଖେଳିଯାଇଛି। କପଡାଗନ୍ଦା ଓ ଇଡିତାଲକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ବହୁଳ ବଜାରିକରଣ ନିମନ୍ତେ ରାୟଗଡା ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ସୁବିଧାସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରକାଶ କରିଛନ୍ତି।

Spread the love