odishaparba

ଭାରତ ତଥା ବିଶ୍ୱ ଦରବାରରେ ଓଡ଼ିଆ ଭାଷା, ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଅଣଲାଭକାରୀ ସାମାଜିକ ଓ ସାଂସ୍କୃତିକ ସଂଗଠନ “ଓଡ଼ିଆ ସମାଜ ନୂଆଦିଲ୍ଳୀ”ଙ୍କ ନିରନ୍ତର ପ୍ରୟାସ ସର୍ବଜନ ବିଦିତ । ବିଭିନ୍ନ ସମୟରେ ଓଡ଼ିଆ ସମାଜ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ସାଧାରଣରେ ପ୍ରଶଂସାଭାଜନ ହୋଇଛି । ଏହି କ୍ରମରେ ଓଡ଼ିଶା ପର୍ବ ଏକ ପ୍ରମୁଖ ଏବଂ ଭବ୍ୟ ଆୟୋଜନ । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନ୍‌ଠାରେ ତିନି ଥର ଏବଂ ୨୦୧୮ରେ ଗୁଜରାଟର ସୁରାଟ୍‌ଠାରେ ଏହି ସମାରୋହର ସଫଳ ଆୟୋଜନ କରିସାରିଛି । ମହାମାରୀ ଜନିତ ବ୍ୟାପକ କଟକଣା ଭିତରେ ୨୦୨୧ ଏବଂ ୨୦୨୨ରେ ଓଡ଼ିଶା ପର୍ବକୁ ଭର୍ଚୁଆଲି ପାଳନ କରି ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଶାନୁରାଗିଙ୍କୁ ଏକାକାର କରି ବେଶ୍ ପ୍ରଶଂସା ସାଉଁଟିଛି ଓଡ଼ିଆ ସମାଜ ।

ଚଳିତ ବର୍ଷ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଏବଂ ଅନୁଷ୍ଠାନର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଭାରାସେ. (ଅବସରପ୍ରାପ୍ତ)ଙ୍କ ତତ୍ତ୍ୱାବଧାନରେ ପୁଣି ଥରେ ବିଶାଳ ଏବଂ ଭବ୍ୟତାର ସହ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଓଡ଼ିଆ କଳା ଓ ସଂସ୍କୃତିର ଏହି ମହାନ ସମାରୋହ “ଭାରତର ଗର୍ବ ଓଡ଼ିଶା ପର୍ବ” । ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଚଳିତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇ ୨୬ ତାରିଖରେ ଉଦ୍‌ଯାପିତ ହେବାକୁ ଥିବା ଏହି ମହାସମାରୋହରେ ଓଡ଼ିଶାର ଅସ୍ମିତା କୁହାଯାଉଥିବା ପ୍ରାଚୀନ ଏବଂ ଆଧୁନିକ କଳା ଓ ସଂସ୍କୃତି ସମ୍ବଳିତ ନୃତ୍ୟ, ସଙ୍ଗୀତ, ନାଟକର ପ୍ରଦର୍ଶନ ସମେତ ଖାଦ୍ୟପେୟ, ହସ୍ତଶିଳ୍ପ ସମ୍ଭାରରେ ଓଡ଼ିଆ ଓଡ଼ିଆ ମହକିବ ନୂଆଦିଲ୍ଲୀ ।

‘ଭାରତର ଗର୍ବ ଓଡ଼ିଶା ପର୍ବ’ର ପ୍ରଥମ ରଜନୀରେ ପ୍ରମୁଖ ଆକର୍ଷଣ ଭାବେ ମଞ୍ଚସ୍ଥ ହେବାକୁ ଯାଉଛି ମୋଗଲ କ୍ରୁରତା ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଭକ୍ତିର ପରାକାଷ୍ଠା ପ୍ରଦର୍ଶନକାରୀ ତଥା ଐତିହାସିକ ସଫଳତା ପ୍ରାପ୍ତ ନାଟକ “ଆହେ ନୀଳଶୈଳ” ।

ଦ୍ୱିତୀୟ ରଜନୀରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟର ଉଜ୍ଜ୍ୱଳ ତାରକା ଭାବେ ସୁପରିଚିତ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ଏବଂ ତାଙ୍କ ଦଳର ସ୍ୱତନ୍ତ୍ର ସମ୍ବଲପୁରୀ ନୃତ୍ୟ “ତିକ୍‌ତା କିତା”ର ତାଳରେ ଝୁମିବ ନୂଆଦିଲ୍ଳୀ । ଓଡ଼ିଶା ପର୍ବର ମଞ୍ଚରୁ ଦର୍ଶକମାନଙ୍କୁ “ଚିତ୍ର-ବିତାନମ୍‌” ଶୀର୍ଷକ ସ୍ୱତନ୍ତ୍ର ନୃତ୍ୟାଭିନୟରେ ସମ୍ମୋହିତ କରିବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଓ ତାଙ୍କ ଅନୁଗାମୀଗଣ । ନିଜର ଯାଦୁକରି ସଙ୍ଗୀତର ମୂର୍ଚ୍ଛନାରେ ବିମୋହିତ କରିବେ ସାମ୍ପ୍ରତିକ ସଙ୍ଗୀତ ଜଗତରେ ଯୁବ ସ୍ପନ୍ଦନ ଭାବେ ସୁପରିଚିତ ସମ୍ବଲପୁରୀ ସଙ୍ଗୀତଜ୍ଞ ମଣ୍ଟୁ ଛୁରିଆ । ପାରିମ୍ପରିକ ଆଦି ବାଦ୍ୟ ଓ ଆଦୀବାସୀ ଲୋକନୃତ୍ୟ “ସ୍ୱରର ମୂର୍ଚ୍ଛନା”ର ତାଳରେ ମତୁଆଲା ହୋଇ ଦର୍ଶକ ଝୁମିବା ନିଶ୍ଚିତ ।

ଅନ୍ତିମ ରଜନୀରେ ଖ୍ୟାତନାମା ଓଡ଼ିଶୀ ଯୁବ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ସ୍ୱତନ୍ତ୍ର ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ “ଚିର ନମସ୍ୟ ପରଂବ୍ରହ୍ମ” ପରିବେଶକୁ ଭକ୍ତିଭାବାଚ୍ଛନ୍ନ କରିବ । ବିଶିଷ୍ଟ ନୃତ୍ୟଗୁରୁ ଅନିରୁଦ୍ଧ ଓ ଦଳ ପକ୍ଷରୁ ଛଉ ଓ ପାଇକ ନୃତ୍ୟର ଫ୍ୟୁଜନ୍ “ଅନନ୍ୟ ଓଡ଼ିଶା” ଓଡ଼ିଶାର ସ୍ୱରାଜ୍ୟ ଗାଥା ବର୍ଣ୍ଣନା କରିବା ପରେ ଜାତୀୟ ସ୍ତରରେ ସୁଖ୍ୟାତା ଯୁବ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ୍ ନନ୍ଦଙ୍କ ସୁମଧୁର ସଙ୍ଗୀତର ମୂର୍ଚ୍ଛନା “ସ୍ୱର ଓ ସ୍ପନ୍ଦନ” ଏହି ମହାପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ।

ଏହା ସହିତ ପ୍ରତିଦିନ ପାରମ୍ପରିକ ଯୋଡ଼ିଶଙ୍ଖ, ରଣପା, ବିଭିନ୍ନ ଜନଜାତୀୟ ନୃତ୍ୟସଙ୍ଗୀତ, ପଶୁ ମୁଖା ନୃତ୍ୟ, ସାହିଯାତ, ଘୋଡ଼ା ନାଚ, ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଶମରକଳା ଓ ପାଇକ ନାଚ ତଥା ଦଣ୍ଡ ନାଚ ପରି କାର୍ଯ୍ୟକ୍ରମ ଦେଶର ରାଜଧାନୀର ବକ୍ଷରେ ଓଡ଼ିଶାର ଅସ୍ମିତାକୁ ପ୍ରଦର୍ଶନ କରିବ ।

ଓଡ଼ିଆ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ସୃଜନଶୀଳ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଆଲେଖ୍ୟ ଆହ୍ୱାନ କରାଯାଇଛି । ବିଶିଷ୍ଟ ବିଚାରକ ମଣ୍ଡଳିଙ୍କ ଦ୍ୱାରା ଚୟନ ହୋଇଥିବା ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ସହ ଦିଲ୍ଲୀ ଭ୍ରମଣର ଅପୂର୍ବ ସୁଯୋଗ । ଅନ୍‌ଲାଇନ୍‌ ପଞ୍ଜୀକରଣରେ ସଦସ୍ୟ ହୋଇଥିବା ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ମଧ୍ୟ ରହିଛି ଦିଲ୍ଲୀ ଭ୍ରମଣ ସହ ଓଡ଼ିଶା ପର୍ବରେ ସମ୍ମିଳିତ ହେବାର ସୁବର୍ଣ୍ଣ ସୁଯୋଗ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ସମୃଦ୍ଧ ଓଡ଼ିଶାର ପ୍ରତ୍ୟେକ ସନ୍ତାନଗଣଙ୍କ ପାଇଁ ମାତୃଭୂମିର ଅସ୍ମିତାରେ ଗୌରବାନ୍ୱିତ ଅନୁଭବ କରିବାର ମହାର୍ଘ ସୁଯୋଗ “ଭାରତର ଗର୍ବ ଓଡ଼ିଶାପର୍ବ” ।

Spread the love