Tanka Torani associated with Odia culture and traditions is like an elixar for Odias

ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଟଙ୍କ ତୋରାଣି। ଏହା ପ୍ରତି ଓଡ଼ିଆଙ୍କ ପାଇଁ ଅମୃତ ସଦୃଶ। ଏହି ପାନୀୟ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରରେ ମିଳେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହୋଇଥାଏ ।ଏହି ତୋରାଣି ରନ୍ଧା ଅବଢ଼ା ଅନ୍ନରେ ପାଣି ,ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗା ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ତିଆରି କରାଯାଏ । ଏହାକୁ ମାଟି ପାତ୍ରରେ ପିଇଲେ ପେଟ ଥଣ୍ଡା ରହିବା ସହ ବେଶ ଶାନ୍ତି ମିଳିଥାଏ। ଟଙ୍କ ତୋରାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼଼ାଏ, ଶରୀରର ଉତ୍ତାପକୁ ନିୟନ୍ତ୍ରଣ କରେ ଏବଂ ପ୍ରବଳ ଖରାରେ ଡିହାଇଡ୍ରେସନ ସହିତ ଲଢ଼ିବାରେ ଏହା ଉତ୍ତମ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ । ତେବେ ଆଉ ଡେରି କାହିଁକି… ପିଅନ୍ତୁ ଓ ମଜା ନିଅନ୍ତୁ ‘ଟଙ୍କ ତୋରାଣି’ ର!

Spread the love