Lemon juice is one of Odia's favourite drinks in the summer.

ଓଡ଼ିଆଙ୍କ ପ୍ରିୟ ପାନୀୟ ମଧ୍ୟରେ ଲେମ୍ବୁ ସର୍ବତ ଅନ୍ୟତମ । ଖରାଦିନେ ଘରକୁ କୁଣିଆ ଆସିଲେ ଲେମ୍ବୁ ସର୍ବତ ଦେଇ ଚର୍ଚ୍ଚା କରିବା ପ୍ରତିଟି ଓଡ଼ିଆ ଘରର ପରମ୍ପରା। ଥଣ୍ଡା ପାଣିରେ ଲେମ୍ବୁ ରସ ,ଚିନି, ଲୁଣ/ କଳା ଲୁଣ ମିଶାଇ ଏହି ରିଫ୍ରେସିଂ ଲେମ୍ବୁ ସର୍ବତ ପ୍ରସ୍ତୁତ କରାଯାଏ। ଏହା ପେଟ କୁ ଥଣ୍ଡା, ମନକୁ ଶାନ୍ତି ରଖିବା ସହ ଶରୀରକୁ ଇନଷ୍ଟାଣ୍ଟ ଏନର୍ଜି ଯୋଗାଇଥାଏ । ଏବେ ଲେମ୍ବୁ ସର୍ବତକୁ ଆଉ ଟିକେ ସୁଆଦିଆ କରିବା ପାଇଁ ସେଥିରେ ଦୋକାନୀମାନେ ପୁଦିନା ପତ୍ର, ଜଲ୍‌ଜିରା ଆଦି ମିଶାଇ ବିକ୍ରି କରୁଛନ୍ତି । ଏହା ଖରାଦିନେ ଅଂଶୁଘାତ ସମ୍ଭାବନା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ତେବେ ଆଉ ଡେରି କାହିଁକି… ପିଅନ୍ତୁ ଓ ମଜା ନିଅନ୍ତୁ ‘ ଲେମ୍ବୁ ସର୍ବତ’ ର!

Spread the love