4 from Odisha in the Best 100 on the NIRF list;SOA is first in the state, KIIT is second.

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଓ୍ୱାର୍କ(ଏନ୍‌ଆଇଆରଏଫ୍‌) ତାଲିକା। ମୋଟ ୧୩ଟି ବର୍ଗକୁ ନେଇ ହୋଇଥିବା ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ବିଭିନ୍ନ ରାଙ୍କରେ ସ୍ଥାନ ପାଇଛନ୍ତି। ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ପୂର୍ବ ଭଳି ସ୍ଥାନ ବଜାୟ ରଖିଛନ୍ତି। ଗତବର୍ଷ ୩୦ତମ ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ୨୬ତମ ସ୍ଥାନକୁ ଉଠିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୨୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍‌ଆଇଟି ରାଉରକେଲା ୩୭ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୧‌ରେ ୫୮ତମ ସ୍ଥାନରେ ଥିବା ଆଇଆଇଟି ଭୁବନେଶ୍ବର ଏଥର ୯୧ତମ ସ୍ଥାନକୁ ଖସି ଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଏଥର ୧୫୧ରୁ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଓୟୁଏଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭିସୁଟ୍‌ ବୁର୍ଲା ଗତବର୍ଷ ପରି ଏଥର ମଧ୍ୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି।

‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ୧୫ ଓ କିଟ୍‌ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ୯୩ତମ ସ୍ଥାନରେ ରହିଛି। ଓୟୁଏଟି, ଭିସୁଟ୍‌, ବୁର୍ଲା ଓ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ୧୦୧ରୁ ୧୫୦ ଭିତରେ ଅଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟ ଚଳିତବର୍ଷ ମଧ୍ୟ ୧୫୧ରୁ ୨୦୦ ରୢାଙ୍କ୍‌ ମଧ୍ୟରେ ରହିଛନ୍ତି। ଗବେଷଣା ବର୍ଗରେ ଏନ୍‌ଆଇଟି ରାଉରକେଲା ୨୯, କିଟ୍‌ ୪୪, ସୋଆ ୪୯ତମ ସ୍ଥାନରେ ରହିଛି। ଇଞ୍ଜିନିୟରି˚ କଲେଜ ବର୍ଗରେ ଏନ୍‌ଆଇଟି ରାଉରକେଲା ୧୬, ସୋଆ ୨୭, କିଟ୍‌ ୩୯, ଆଇଆଇଟି ୪୭, ସିଭିରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛନ୍ତି। ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ ଜାଭିଅର ଭୁବନେଶ୍ବର ୪୬, ସୋଆ ୫୭, ଆଇଆଇଏମ୍‌ ସମ୍ବଲପୁର ୫୭, କିଟ୍‌ ୫୮, ଆଇଏମ୍‌ଆଇ ୬୭ତମ ସ୍ଥାନରେ ରହିଛି। ମେଡିକାଲ ବର୍ଗରେ ସୋଆ ୧୬, ଭୁବନେଶ୍ବର ଏମ୍‌ସ ୧୭, କିଟ୍‌ ୨୬ତମ ସ୍ଥାନରେ ରହିଛନ୍ତି। ଡେଣ୍ଟାଲ ବର୍ଗରେ ସୋଆ ୯, କିଟ୍‌ ୨୦, ଆଇନ କଲେଜ ବର୍ଗରେ ସୋଆ ବିଶ୍ବବିଦ୍ୟାଳୟ ୮ ଓ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ୩୦ତମ ସ୍ଥାନରେ ରହିଛନ୍ତି। ଦେଶର ଶ୍ରେଷ୍ଠ କୃଷି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୨୨ତମ ସ୍ଥାନରେ ରହିବା ଗୌରବର ବିଷୟ ପାଲଟିଛି।

Spread the love