solar & Lunar Eclips

ଏବର୍ଷ ଦୀପାବଳି ଦିନ ଅର୍ଥାତ୍ ଅକ୍ଟୋବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ। ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ଥିବାରୁ ରାଜ୍ୟବାସୀ କିଭଳି ପାଳିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯେହେତୁ ସେଦିନ ପରାଗ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକଣ୍ଡରେ ରହିଛି ଓ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ସର୍ବମୋକ୍ଷ ହେବ ତେଣୁ ଦୀପାବଳି ଅମାବାସ୍ୟା ବିଧିରେ ବାଧା ସୃଷ୍ଟି ହେବ। ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତ୍ତି ହୋଇଛି।

୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡ଼ବଡ଼ୁଆ ଡାକ ହେବ। ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ଅପରାହ୍ନ ୪ଟା ୫୬ରେ ପରାଗ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶା ନିଯୋଗରେ ନିଷ୍ପତ୍ତି ହୋଇଛି। ମୋଟ୍ ୧୬ ମିନିଟ ୨୬ ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି। ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୫ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ

ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍ ନଭେମ୍ବର ୮ ତାରିଖ ଦିନ ପଡୁଥିବାରୁ ସେଦିନ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଦିନ ସନ୍ଧ୍ୟା ୬ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ଦେବ ନୀତି ଓ ପାଗ ତ୍ୟାଗ କରିବାକୁ ନିଷେଧ କରାଯାଇଛି।

Spread the love