Heritage Village: Odisha CM Unveils Utkalmani Gopabandhu Das’ Statue At His Birthplace Suando

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ସୁଆଣ୍ଡୋ ପ୍ରକଳ୍ପର ଗୁରୁବାର ଦିନ ଲୋକାର୍ପଣ କରାଯାଇଛି । ପ୍ରଥମେ ଗୋପବନ୍ଧୁଙ୍କ ଷଠିଘରର ଲୋକାର୍ପଣ କରାଯାଇଥିଲା । ଏହାପରେ ଗୋପବନ୍ଧୁଙ୍କ ୧୫ ଫୁଟ୍ ଉଚ୍ଚତାର ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିଥିଲେ । ଏଥିସହିତ, ଗୋପବନ୍ଧୁ ସଂଗ୍ରହାଳୟକୁ ମଧ୍ୟ ସେ ଉଦ୍ଘାଟନ କରିଥିଲେ । ସଂଗ୍ରହାଳୟ ନିକଟ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଉତ୍କଳମଣି ଥିଲେ ମାନବ ସମାଜର ମଣି। ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତି ପ୍ରୀତିର ତୁଳନା ନାହିଁ। ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ସେ ନୂଆକୀର୍ତ୍ତି ସ୍ଥାପନ କରିଥିଲେ। ଓଡ଼ିଶାରେ ଜାତୀୟବାଦୀ ଚେତନାର ବିକାଶର ସେ ଥିଲେ କର୍ଣ୍ଣଧାର। ‘ଭୋଗ ନୁହେଁ, ତ୍ୟାଗ ହିଁ ମହାନ, ସେବା ହିଁ ଶ୍ରେଷ୍ଠ’-ଏହା ଥିଲା ଗୋପବନ୍ଧୁଙ୍କ ଜୀବନର ବାର୍ତ୍ତା। ସେ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିବେ। ଗୋପବନ୍ଧୁଙ୍କ ସେ ଦିନର ‘ଭାର୍ଗବୀ ସଂକଳ୍ପ’କୁ ଆମେ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରି ଚାଲିବା।

Spread the love