Bismay boy Priyanshu in India book of records

ମାତ୍ର ୨ ବର୍ଷ ୪ ମାସରେ ଅବିଶ୍ବସନୀୟ ସ୍ମରଣଶକ୍ତି ଓ ବୌଦ୍ଧିକ ବିକାଶର ଅଧିକାରୀ ହୋଇ ବିସ୍ମୟ ବାଳକ ପ୍ରିୟାଂଶୁ ବେହେରା ଏବେ ଚର୍ଚ୍ଚାରେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ-୨୦୨୨ରେ ସ୍ଥାନ ପାଇଛନ୍ତି ଏହି ଭୁବନେଶ୍ବର କୁନି ପ୍ରତିଭା। ୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ଜନ୍ମିତ ପ୍ରିୟାଂଶୁଙ୍କ ପ୍ରୟାସକୁ ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ଦିଆଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏତେ ସ୍ବଳ୍ପ ବୟସରେ ପ୍ରିୟାଂଶୁ ସମସ୍ତ ଇଂରାଜୀ ଅକ୍ଷରକୁ ଶବ୍ଦରେ ଚିହ୍ନଟ କରିବା ସହ ୮ଟି ପୂଜନୀୟ ସ୍ଥାନ, ମାନବ ଶରୀରର ୧୭ଟି ଅଙ୍ଗ, ଦେଶର ୧୧ଟି ପର୍ବ, ୬୮ ପଶୁ, ୨୫ ପକ୍ଷୀ, ୮ ହେଲପ୍‌ର, ୨୩ ଫଳ, ୨୭ ପରିବା, ୨୨ ଯାନବାହାନ, ୨୩ ଫୁଲ, ୧୪ ମହାନ ନେତାଙ୍କ ନାମକୁ କହିଥିଲେ। ୮ଟି ଶବ୍ଦର ବିପରୀତ ଅର୍ଥ ମନେ ପକାଇବା ସହିତ ୧୬ଟି ଜାତୀୟ ପ୍ରତୀକ, ୫ଟି ରାଇମ୍‌ ଗାଇବା, ୨୮ ଭାରତୀୟ ରାଜ୍ୟର ନାମ, ୬ ଋତୁ ସହିତ ୪ ମନ୍ତ୍ର ମୁଖସ୍ତ କରିଥିବାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ୨୦୨୩ ଜାନୁଆରି ୧୯ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ମୋତେ ମେଲ୍ ଜରିଆରେ ଏହା ଏକ ରେକର୍ଡ ବୋଲି ସ୍ପଷ୍ଟ କରାଯାଇଥିବା ତାଙ୍କ ପିତା ପ୍ରଦୀପ କୁମାର ବେହେରା ପ୍ରକାଶ କରିଛନ୍ତି। ଭୁବନେଶ୍ବର ଏରୋଡ୍ରମ୍‌ ଅଞ୍ଚଳ ଅଧିବାସୀ ପ୍ରଦୀପ-ଶ୍ରଦ୍ଧାଞ୍ଜଳିଙ୍କ ପୁଅ ପ୍ରିୟାଂଶୁ ତାଙ୍କ ମାଉସୀ ଝିଅ ଉଉଣୀଙ୍କ ଅନୁରୂପ ରେକର୍ଡ ଦ୍ବାରା ଅନୁପ୍ରାଣିତ ହୋଇ ଏଭଳି ସଫଳତା ପାଇଥିବା ପ୍ରଦୀପ କହିଛନ୍ତି।

Spread the love