world's largest open-air thatre Dhanujatra begins in Odisha's Bargarh

ଆରମ୍ଭ ହୋଇଯାଇଛି ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ପରମ୍ପରାର ଉତ୍କୃଷ୍ଟ ନିଦର୍ଶନ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଉତ୍ସବ ବରଗଡ଼ ଧନୁଯାତ୍ରା। ଉତ୍ସବମୁଖର ହୋଇପଡ଼ିଛି ବରଗଡ଼ର କୋଣ ଅନୁକୋଣ। ମଥୁରାନଗରୀରେ ୧୧ ଦିନ ବ୍ୟାପୀ କଂସ ମହାରାଜଙ୍କ ରାଜୁତି ଚାଲିବ। ହାଟପଦାଠାରେ ମହାରାଜ କଂସଙ୍କର ୯୫ ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ୍ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି। ଯାହା ବିଶ୍ବର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ। ସଂଧ୍ୟାରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଥିଲା। ବରଗଡ ସହର ମଥୁରା ନଗରୀରେ ରୂପାନ୍ତର ହେବାକୁ ଥିବାବେଳେ ଅମ୍ବାପାଲି ଗୋପପୁର ପାଲଟିଯିବ। ଚଳିତବର୍ଷ ଏକାଦଶଥର ପାଇଁ ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରୁଛନ୍ତି। କଂସ ଦରବାର, ରଙ୍ଗମହଲ ସହ ପୁରା ସହରକୁ ସଜ୍ଜିତ କରାଯାଇଛି। ବରଗଡ଼ ସହର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି । ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

Spread the love