Make in Odisha conclave has started in Bhubaneswar

ଭୁବନେଶ୍ବର ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍-୨୦୨୨। ଶିଳ୍ପପତିମାନଙ୍କ ଏହି ୫ ଦିନିଆ ମହାସମାବେଶକୁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ମହିଳା ଉଦ୍ୟୋଗ, ଷ୍ଟାର୍ଟଅପ୍, ସବୁଜ ଶକ୍ତି, ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ, ପ୍ରତିରକ୍ଷା ଏବଂ ବିମାନସେବା, ସ୍ବାସ୍ଥ୍ୟସେବା ଓ ଫାର୍ମା, ରିଅଲ ଇଷ୍ଟେଟ, ଜୈବପ୍ରଯୁକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ୍ସ ଆଦି ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନା କରିବେ । ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଲାଗି ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଆସିବା ନେଇ ସରକାର ଆଶା ରଖିଛନ୍ତି। ସରକାର ୨୦୧୬ରେ ଆୟୋଜନ କରିଥିବା ମେକ୍‌ ଇନ୍ ଓଡ଼ିଶାର ପ୍ରଥମ ଏବଂ ୨୦୧୮ରେ କରିଥିବା ଦ୍ବିତୀୟ ସଂସ୍କରଣରେ ଆସିଥିବା ମୋଟ ନିବେଶ ତୁଳନାରେ ଚଳିତ ଥର ଅଧିକ ନିବେଶ ଆସିବ । ବେଦାନ୍ତର ଅନିଲ ଅଗ୍ରୱାଲ, ଆର୍ସେଲର ମିତ୍ତଲର ଲକ୍ଷ୍ମୀ ନିବାସ ମିତ୍ତଲ, ଜେଏସପିଏଲର ନବୀନ ଜିନ୍ଦଲ, ଜେଏସଡବ୍ଳୁର ସଜ୍ଜନ ଜିନ୍ଦଲଙ୍କ ସମେତ ବହୁ ଖ୍ୟାତନାମା ଶିଳ୍ପପତି ଗୁରୁବାର ପୂର୍ବାହ୍ନରେ ହେବାକୁ ଥିବା ଅଧିବେଶନରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ଏହି ଉତ୍ସବରେ ଯୋଗଦେ‌ଇ ଶିଳ୍ପପତିମାନଙ୍କ ସହିତ ମତ ବିନିମୟ କରିବେ । ଓଡ଼ିଶାର ସାମର୍ଥ୍ୟ, ଶକ୍ତି, ସଂପଦ ଏବଂ ଦକ୍ଷତା ବିଷୟରେ ସେମାନଙ୍କୁ ଅବଗତ କରାଇବେ । ସୂଚନାଯୋଗ୍ୟ ଯେ ମେକ୍‌ ଇନ୍ ଓଡ଼ିଶା ସମ୍ମିଳନୀରେ ହୋଇଥିବା ପ୍ରଦର୍ଶନୀକୁ ସାଧାରଣ ଜନତା ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏବଂ ୪ ତାରିଖ ଦିନ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ ।

Spread the love