Maa Sunamuhin's Chadak Mela has started today on the occasion of Maha Bishuba Sankranti.

ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ରେ ମା’ ସୁନାମୁହିଁଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ଚଡକ ମେଳା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ନେରଡ଼ା ପଞ୍ଚାୟତରେ ବୈତରଣୀ ନଦୀ କୂଳରେ ଅବସ୍ଥିତ ମା’ ସୁନାମୁହିଁଙ୍କ ପୀଠ। ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ ମା’ଙ୍କର ଚଡକ ଯାତ୍ରା । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ମାନସିକ କରନ୍ତି । ଆଉ ମାନସିକ ପୂରଣ ହେଲେ ଆଜିର ଦିନରେ ମା’ଙ୍କ ପୀଠକୁ ଆସି ମାଟିର ଘୋଡାକୁ ପୂଜାର୍ଚ୍ଚନା କରି ଅର୍ପଣ କରନ୍ତି । ଶ୍ରଦ୍ଧାଳୁ ଙ୍କ ବିଶ୍ବାସ ଅନୁସାରେ ଏଠାରେ ମା’ ସୁନାମୁହିଁ ଙ୍କ ବହୁ ମାହାତ୍ମ୍ୟ ରହିଛି । ଆଜି ସକାଳୁ ଲମ୍ବା ଲାଇନ ରେ ରହି ମା ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପୂଜା କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖରା ଓ ଗରମ ପାଇଁ ଜଳଛତ୍ର ସହ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି । ଆଠ ଦିନ ଧରି ମେଳା ଆୟୋଜିତ ହେଉଥିବାରୁ ବହୁ ଦୋକାନ ବଜାର ମଧ୍ୟ ଖୋଲିଛି । ପ୍ରତ୍ୟେକ ଦିନ ସାଂସ୍କୃତିକ ସନ୍ଧ୍ୟା ର ଆୟୋଜନ ସହ ଅପେରା ମଧ୍ୟ ଆୟୋଜିତ ହେଉଛି । ମା’ ସୁନାମୁହିଁଙ୍କ ପୀଠ ଏହି ଚଡକ ମେଳା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ।

Spread the love