Odisha Khadi Mela starts in Bhubaneswar Kharavela Nagar

ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ଖଦି ମେଳା । ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ଏହି ମେଳା ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀ ମେଳା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳ ନଗର ପରିସରରେ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ । ଓଡ଼ିଶା ସହ ଅନ୍ୟ ରାଜ୍ୟର ବିଭିନ୍ନ ଗ୍ରାମ୍ୟ ଶିଳ୍ପୋଦ୍ୟୋଗୀ ସେମାନଙ୍କର ପାରମ୍ପରିକ ସାମଗ୍ରୀ ସବୁ ଏହି ମେଳାରେ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ମେଳାରେ ୬୫ ରୁ ଅଧିକ ଷ୍ଟଲ୍ ବ୍ୟବସ୍ଥା କରାଯାଇଛି । ଲୋକେ ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା ପେଡ଼ା ସୋରିଷ ତେଲ , ମହୁ , କନ୍ଧମାଳ ହଳଦୀ,ବିଭିନ୍ନ ମସଲା, ଆଚାର, ଧୂପକାଠି, ଚାନ୍ଦୁଆ , ଶାଢୀ, ଗାମୁଛା ଆଦି କିଣିପାରିବେ । ଏହା ସହିତ ଅରଟରେ ସୂତାକଟା , ତନ୍ତରେ ଲୁଗାବୁଣା ଆଦିର ଜୀବନ୍ତ ପ୍ରଦର୍ଶନର ଅନୁଭୂତି ସାଉଣ୍ଟି ପାରିବେ । ଏହା ସହ ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ । ଏହି ମେଳା ଅପରାହ୍ନ ୩ ଟାରୁ ରାତି ୯ ଘଟିକା ଯାଏଁ ଚାଲିବ ।

Spread the love