US national science center report protection of coastal odisha hental forest

ବାତ୍ୟା ସମୟରେ ଓଡ଼ିଶା ପାଇଁ ସୁରକ୍ଷା କବଚ ସାଜିଛି ହେନ୍ତାଳ ବଣ । ବାତ୍ୟାର ଗତିରୋଧ ଓ ସାମୁଦ୍ରିକ ଜୁଆର କ୍ଷୟକ୍ଷତି ରୋକିବାରେ ହେନ୍ତାଳ ବଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରତି ହେକ୍ଟର ହେନ୍ତାଳ ବଣ କ୍ଷୟକ୍ଷତି ପରିମାଣ ୫୦ ପ୍ରତିଶତ ହ୍ରାସ କରିବା ସହିତ ମୃତ୍ୟୁର ପରିମାଣକୁ .୨ ପ୍ରତିଶତ ହ୍ରାସ କରିବାରେ ସଫଳ ହୋଇଛି । ଏମିତିକି ୧୯୯୯ ମସିହାରେ ଆସିଥିବା ପ୍ରଳୟଙ୍କରୀ ମହାବତ୍ୟା ସମୟରେ ମଧ୍ୟ ହେନ୍ତାଳ ବଣ ଯୋଗୁଁ ବହୁ ଧନଜୀବନ ରକ୍ଷା ପାଇପାରିଛି ବୋଲି ଆମେରିକାର ପ୍ରତିଷ୍ଠିତ ପିଏନ୍‍ଏଏସ ପତ୍ରିକା ପ୍ରକାଶ କରିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ହେନ୍ତାଳ ବଣ ବୃଦ୍ଧି ପାଇଁ ନିଆଯାଉଥିବା ପଦକ୍ଷେପ ଅନ୍ୟ ଉପକୂଳ ରାଜ୍ୟଙ୍କ ପାଇଁ ମଡେଲ୍‍ ସାଜିଛି । ଆମେରିକା ଜାତୀୟ ବିଜ୍ଞାନ କେନ୍ଦ୍ରର ମୁଖପତ୍ର (ପିଏନ୍‍ଏଏସ) କରିଥିବା ଏହି ସର୍ଭେରେ ୧୯୯୯ ମସିହାରେ ଆସିଥିବା ମହାବାତ୍ୟାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ସମୟରେ ହେନ୍ତାଳ ବଣ ଓଡ଼ିଶାର କେନ୍ଦ୍ରାପଡ଼ା ଓ ଭଦ୍ରକ ଭଳି ଜିଲ୍ଲା ପାଇଁ କିପରି ସୁରକ୍ଷା କବଚ ସାଜିଥିଲା ତାହା ଏଥିରେ ଉଲ୍ଲେଖ କରାଯାଇଛି। ୧୯୯୯ ମସିହାରେ ମହାବାତ୍ୟା ଜଗତସିଂହପୁରର ଏରସମାଠାରେ ସ୍ଥଳଭାଗ ଅତିକ୍ରମ କରିଥିଲା । ସାଧାରଣତଃ ବାତ୍ୟାର ଉତ୍ତର ଭାଗରେ ଅଧିକ ପବନ ରହୁଥିବା ଯୋଗୁଁ ଏରସମାର ଉତ୍ତରରେ ଥିବା କେନ୍ଦ୍ରାପଡ଼ା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ଥିଲା । ମାତ୍ର କେନ୍ଦ୍ରାପଡ଼ାର ସାମୁଦ୍ରିକ ଉପକୂଳରେ ଥିବା ଘଞ୍ଚ ହେନ୍ତାଳ ବଣ ଜିଲ୍ଲା ପାଇଁ ସୁରକ୍ଷା କବଚ ସାଜିଥିଲା ।

Spread the love