The famous Maa Budhi Thakurani Jatra of Brahmapur has started.

ଆଜ୍ଞାମାଳ ମିଳିବା ପରେ ଶୁଭାରମ୍ଭ ହୋଇଯାଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଗତକାଲି ମଧ୍ୟରାତ୍ରରେ ଶାଶୁଘର ଛାଡି ବାପଘରକୁ ଆସିଛନ୍ତି ମା’ । ବାଜା ବାଜଣା, ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଂଚଳ । ପରମ୍ପରା ଅନୁଯାୟୀ ମା’ ଙ୍କ ବାପଘର କୁହାଯାଉଥିବା ଦେଶୀବେହେରା ମା’ ଙ୍କୁ ନିମନ୍ତ୍ରଣ କରିବା ପାଇଁ ମୁଖ୍ୟ ପୀଠରେ ପହଂଚିଥିଲେ । ଯାତ୍ରାର ମୁଖ୍ୟ ପରିଚାଳକ କୁହାଯାଉଥିବା ଦେଶୀବେହେରାଙ୍କ ହାତରେ ଆଜ୍ଞାମାଳ ପଡିଥିଲା । ମା’ ଙ୍କ ଆଜ୍ଞାମାଳକୁ ଏକ ଫୁଲ ଚାଙ୍ଗୁଡିରେ ଅଣାଯାଇ ବାପଘର ଦେଶୀବେହେରାଙ୍କ ଘର ଆଗରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ମନ୍ଦିରରେ ରଖାଯାଇଥିଲା । ଏହାପରେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଥିବା ଭକ୍ତମାନେ ମା’ ଙ୍କୁ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ । ଯାତ୍ରାର ପ୍ରଥମ ଦିବସରେ ମା’ ଙ୍କ ବାପଘର ଦେଶୀ ବେହେରାଙ୍କ ପକ୍ଷରୁ ମଧ୍ୟରାତ୍ରରେ ମା’ ଙ୍କୁ ନିମନ୍ତ୍ରଣ କରିବାକୁ ବିରାଟ ପଟୁଆରରେ ମୁଖ୍ୟ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା ।

ଆଜି ମା’ ବିଶ୍ରାମ ନେବା ପରେ ଚାଙ୍ଗୁଡ଼ିରୁ ଘଟକୁ ପରିବର୍ତ୍ତନ ହେବେ । ଘଟ ପରିବର୍ତ୍ତନ ପରେ ଆସନ୍ତା କାଲି ଠାରୁ ପରମ୍ପରା ଅନୁସାରେ ମା’ ରାଜବାଟୀ ପରିକ୍ରମା କରି ଘରକୁ ଫେରିବା କାର୍ଯ୍ୟକ୍ରମ ରହିଛି । ବୁଢୀ ଠାକୁରାଣୀ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଲୋକେ କିପରି ସୁରକ୍ଷିତ ଭାବେ ମା’ ଙ୍କ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଚଳିତ ବର୍ଷ ମା’ ଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବାକୁ ଥିବାରୁ ଏହାକୁ ନେଇ ବେଶ ଖୁସି ଅଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ।

Spread the love