Today is auspicious Chaitra Purnima

ଆଜି ହେଉଛି ଶୁଭ ଚୈତ୍ର ପୂର୍ଣ୍ଣିମା । ଚଇତି ଘୋଡା ର ଏକ ସମୃଦ୍ଧ ପରମ୍ପରା ର ମହାନ ପର୍ବ । ଏହି ଦିନ ଚନ୍ଦ୍ର ଚିତ୍ର ନକ୍ଷତ୍ରଯୁକ୍ତ ହୁଅନ୍ତି। ଚଇତି ପୁନେଇଁ ହେଉଛି ଓଡ଼ିଆ କୈବର୍ତ୍ତମାନଙ୍କର ଶ୍ରେଷ୍ଠ ପର୍ବ । ଏହି ପର୍ବରେ ସେମାନେ ଅଶ୍ଵମୁଖୀ ବାଶୁଳୀଙ୍କର ପୂଜା କରନ୍ତି । ଚଇତି ପୁନେଇଁ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ସେମାନେ ନିଜନିଜ ଅଞ୍ଚଳର ବିଭିନ୍ନ ଗାଁରେ ବୁଲି ଘୋଡ଼ା ନାଚ କରନ୍ତି । ପୂର୍ଣ୍ଣିମା ଦିନ କୈବର୍ତ୍ତମାନେ ଘର ଦ୍ବାର ଲିପାପୋଛା କରି ଚିତା ଲେଖନ୍ତି ଏବଂ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ନୂଆ ଲୁଗା ଭେଟି ଦିଅନ୍ତି। ବୋଇତରେ ଫୁଲ, ଚନ୍ଦନ ଓ ସିନ୍ଦୁର ଲଗାଇ ଧୂପ, ଦୀପ ଦିଆଯାଏ। ଏହା ସହିତ ଛେନା, ଗୁଡ଼, ନଡ଼ିଆ, କଦଳୀ ଓ ଦୁଧ, ଦହି ଆଦି ଭୋଗ କରାଯାଏ । ଏହିପରି ଭାବେ ପୂଜା କରି କୈବର୍ତ୍ତମାନେ ଚୈତ୍ର ପୂର୍ଣ୍ଣିମା ଉତ୍ସବ ପାଳନ କରି ଆସୁଛନ୍ତି। ଏହି ପୂଜା କଲେ ଧନଧାନ୍ୟ ପ୍ରାପ୍ତି ହୁଏ ବୋଲି କୈବର୍ତ୍ତମାନଙ୍କର ବିଶ୍ୱାସ ରହିଛି । ଓଡ଼ିଶାର ପୂର୍ବ ଉପକୂଳସ୍ଥ କଟକ, ପୁରୀ, ବାଲେଶ୍ଵର ଓ ଗଞ୍ଜାମ ଜିଲାର କୈବର୍ତ୍ତମାନେ ଚଇତି ଘୋଡ଼ା କରନ୍ତି ଏବଂ ବିଭିନ୍ନ ସ୍ଥାନରେ ଏହି ଘୋଡ଼ାମାନଙ୍କୁ ଏକତ୍ର କରି ଚଇତି ପୂର୍ଣ୍ଣିମା ଠାରୁ ଆଠ ଦିନ ବ୍ୟାପୀ ଘୋଡ଼ା ମେଲଣ କରାଯାଏ।

Spread the love