Today is World no tobacco day

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ବାରା ସ୍ୱାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଆମର ତମାଖୁ ନୁହେଁ, ଖାଦ୍ୟ ଦରକାର’। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ସମ୍ପର୍କରେ ଆଲୋକପାତ କରିବା ଏବଂ ତମାଖୁ ବ୍ୟବହାରକୁ ହ୍ରାସ କରିବା। ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି । ଏଥିସହ ବ୍ୟକ୍ତି, ପରିବାର ଓ ସମାଜ ପାଇଁ ଭାରୀ ଆର୍ଥିକ ତଥା ସାମାଜିକ ବୋଝ ପାଲଟିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୨ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ବିଶ୍ୱରେ ପ୍ରାୟ ୮ ନିୟୁତ ଲୋକ ତମାଖୁ ସେବନ ଯୋଗୁ ମୃତ୍ୟୁ ବରଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧.୨ ନିୟୁତ ଲୋକ ତମାଖୁ ସେବନ ନକରି ସୁଦ୍ଧା ପ୍ରାଣ ହରାଉଛନ୍ତି। ସେମାନଙ୍କର ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୂମପାନ। ଏହାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌ ପ୍ରଭାବ ବୋଲି କୁହାଯାଏ। ତେଣୁ ପରିବାରର ଜଣେ ଲୋକ ଧୂମପାନ କରୁଥିଲେ, ସେ ନିଜର ସ୍ୱାସ୍ଥ୍ୟ ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରୁଛନ୍ତି ବୋଲି ବୁଝିବାକୁ ହେବ। ତେଣୁ ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା।

Spread the love