Today is World Mangrove Day: 46 families donated 25 acres of land for mangrove forests of Bhitarkanika, Odisha.

ଆଜି ବିଶ୍ବ ହେନ୍ତାଳ ଦିବସ। ଲୁଣା ଜଙ୍ଗଲ ବୃଦ୍ଧି ପାଇଁ ଆଗେଇ ଆସିଛନ୍ତି ଲୋକେ। ଲୁଣା ଜଙ୍ଗଲର ପରିସୀମା ବଢ଼ାଇବା, ନିଜ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ବାତ୍ୟା, ବନ୍ୟା ସମୟରେ ନିଜେ ସୁରକ୍ଷିତ ରହିବା ପାଇଁ ନୂତନ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଲୋକେ ନିଜର ବ୍ୟକ୍ତିଗତ ମୂଲ୍ୟବାନ ଜମି ବନ ବିଭାଗକୁ ହସ୍ତାନ୍ତର କରୁଛନ୍ତି। ଗତ ୨ ବର୍ଷ ଭିତରେ ୪୬ ପରିବାର ସେମାନଙ୍କ ମୂଲ୍ୟବାନ ୨୫ ଏକର ଜମି ବନବିଭାଗକୁ ହସ୍ତାନ୍ତର କରିଥିବା ବେଳେ ସେହି ଜମିରେ ଏବେ ହେନ୍ତାଳ (ମ୍ୟାନଗ୍ରୁଭ୍‌) ଜଙ୍ଗଲ ଗଢ଼ି ଉଠିଛି।

ଭିତରକନିକାରେ ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ଯୋଗୁଁ ୧୯୯୯ ମହାବାତ୍ୟା ପରଠୁ ଯେତେ ବାତ୍ୟା ଆସିଛି, ରାଜନଗରବାସୀ ଯେତିକି ପ୍ରଭାବିତ ହେବା କଥା, ତାଠାରୁ କମ ପ୍ରଭାବିତ ହୋଇଛନ୍ତି। ରାଜନଗର ବନବିଭାଗ ପକ୍ଷରୁ ମ୍ୟାନଗ୍ରୁଭ୍‌ ମିତ୍ର ନାଁରେ ନିଆରା ଉଦ୍ୟମ ହାତକୁ ନିଆଯାଇଛି। ନଈ ପାଖରେ ଓ ଜୁଆର ମାଡ଼ୁଥିବା ସ୍ଥାନରେ ଜମି ଥିବା ଲୋକଙ୍କୁ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଓ ବନବିଭାଗ କର୍ମଚାରୀମାନେ ବୁଝାଇବା ପରେ ସ୍ଥାନୀୟ ଲୋକେ ନିଜର ବ୍ୟକ୍ତିଗତ ଜମିରେ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଏବେ ଆଗେଇ ଆସିଛନ୍ତି। ଭିତରକନିକା ଅଂଚଳର ୪୬ ପରିବାର ଲୋକ ୨୪ ଏକର ୬୦ ଡିସିମିଲ ଜମି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଏହି ଜମିରେ ଏବେ ଲୁଣା ଜଙ୍ଗଲ ହସି ଉଠୁଛି। ଲୁଣା ଜଙ୍ଗଲର ସୁରକ୍ଷା ଓ ଏହାର ଅଭିବୃଦ୍ଧି ପାଇଁ ସ୍ଥାନୀୟ ଲୋକଙ୍କ ସହଭାଗିତା ସାରା ଭାରତରେ ଭିତରକନିକାରେ ହିଁ ଆରମ୍ଭ ହୋଇଛି। ସାରା ଓଡ଼ିଶାରେ ୨୫୮.୫୯ ବର୍ଗକିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ତିଆ ୨୦୨୧ ରିପୋର୍ଟ ଅନୁସାରେ, ଗତ ୨ ବର୍ଷରେ ସାରା ଭାରତ ବର୍ଷରେ ୧୭ ବର୍ଗକିମି ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ଓଡିଶାରେ ୮.୩୪ ବର୍ଗକିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିଲା। ସେଥିମଧ୍ୟରୁ କେବଳ ଭିତରକନିକାରେ ୭.୭୬ବର୍ଗ କିମି ଲୁଣାଜଙ୍ଗଲ ବୃଦ୍ଧି ପାଇଥିଲା। ଏହି ଲୁଣା ଜଙ୍ଗଲ ଆଜି ସୁରକ୍ଷା ପ୍ରାଚୀର ହୋଇ ଏହି ଗାଁ ସମେତ ରାଜନଗର ବ୍ଲକ୍‌ର ଅନେକ ଗାଁକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେଇ ଆସୁଛି।

Spread the love