Temple City, Bhubaneswar, celebrates the Rukuna Rath Yatra of Lord Lingaraj today.

ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ, ରଥ ପଥ ବି ପ୍ରସ୍ତୁତ ଏବଂ ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି ଭକ୍ତ। ଏଥିଲାଗି ଆଜି ଭୋର ୫ଟାରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତି, ଅବକାଶ ପରେ ସାହାଣ ମେଲା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ନୀତି ଅନୁସାରେ ଦିନ ୧୨ଟାରେ ମଧ୍ୟାହ୍ନ ଆଳତି ଏବଂ ୨ଟାରେ ଭୋଗ ଲାଗି ସରିଛି । ପହଣ୍ଡି ପରେ ଦିନ ୩ଟା ୩୦ରୁ ରଥ ଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିର ନିକଟରେ ରଥ ପହଞ୍ଚିବ। ଏହାପରେ ଏପ୍ରିଲ ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ସମୟରେ ଖରା ଓ ହିଟ ୱେଭକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛି।

ଚୈତ୍ରମାସ ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ନାମରେ ପରିଚିତ। ଏହି ଦିନର ରଥଯାତ୍ରାକୁ ରୁକୁଣା ରଥ ଯାତ୍ରା କହନ୍ତି । ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି ।

Spread the love