Goddess Laxmi to break part of Lord Jagannath’s chariot as part of Hera Panchami ritual today

ଆଜି ହେଉଛି ପବିତ୍ର ହେରାପଞ୍ଚମୀ । ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥିବା ଜଗତଜନନୀ ମା’ ମହାଲକ୍ଷ୍ମୀ ଆଜିର ଦିନରେ ନନ୍ଦିଘୋଷ ରଥ ଭାଙ୍ଗନ୍ତି । ରଥଯାତ୍ରାରେ ମହାପ୍ରଭୁ ସାଥିରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିର ଚାଲି ଯାଆନ୍ତି । ହେଲେ ସାଙ୍ଗରେ ନେଇନଥାନ୍ତି ପତ୍ନୀ ମା’ ଲକ୍ଷ୍ମୀଙ୍କୁ । ଏହି ହେରାପଞ୍ଚମୀ ଦିନ ମା’ ଲକ୍ଷ୍ମୀ ଅଭିମାନ, ରାଗ ଏବଂ ଦୁଃଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୋଜିବା ପାଇଁ ବାହାରିଯାନ୍ତି । ଲୁଚି ଲୁଚି ଆସି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ଅଟକି ଯାଆନ୍ତି ଏବଂ ସାରଥିଙ୍କୁ ମହାପ୍ରଭୁ କୋଉଠି ଅଛନ୍ତି ବୋଲି ପଚାରନ୍ତି। ସାରଥୀ ଏହାର ଉତ୍ତର ଦେଇନଥାନ୍ତି । ତେବେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କୁହନ୍ତି। ଏଥିରେ ମା’ ଲକ୍ଷ୍ମୀ ରାଗିଯାଇ ଫେରିବା ବେଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯାନ୍ତି। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ।

ଆଜି ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାରଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ହୋଇଛି । ମଇଲମ, ତଡ଼ପଲାଗି ନୀତି ପରେ ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହୋଇଛି । ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଯାଏଁ ଘଣ୍ଟାଏ ସାହାଣମେଲା ଦର୍ଶନ ହୋଇଛି । ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ହୋଇଛି ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗମଣ୍ଡପ ବଢ଼ିବ। ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ନ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ବଢ଼ିବ। ଏହପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟା ଧୂପ ସମ୍ପନ୍ନ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ରଥ ନିକଟରେ ନୀତି ସାରି ମା’ ଲକ୍ଷ୍ମୀ ରାତି ୯ଟା ୩୦ରେ ଜଗମୋହନକୁ ବିଜେ କରିବେ। ଏହାପରେ ମା’ଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିବ। ରାତି ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢିବା ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତ୍ର ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।

Spread the love