Devotees Take Dip at Chandrabhaga in Odisha Today on Auspicious Magha Saptami

ମାଘସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା । ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି ସାଧୁସନ୍ଥ ଓ ଭକ୍ତ । ପରମ୍ପରା ଅନୁଯାୟୀ, ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ୩ ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥ ଓ ଭକ୍ତ ବୁଡ ପକାଇଛନ୍ତି । ପୌରାଣିକ ମତାନୁସାରେ ମାଘ ସପ୍ତମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଏହି ତୀର୍ଥରେ ବୁଡ ପକାଇ ସୂର୍ୟ୍ୟଦୋୟ ଦର୍ଶନ କରିଥାନ୍ତି

Spread the love