Today is auspicious Ganesh Chaturthi

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସବୁଠି ପାଳନ ହୁଏ ବିଘ୍ନ ବିନାଶକଙ୍କ ପୂଜା । ଘରଠୁ ଆରମ୍ଭ କରି ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାକୁ ନେଇ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳିଛି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ । ଦେଶର ବିଭିନ୍ନ ସ୍ଥାନରେ ବେଶ୍ ଧୁମଧାମରେ ଚାଲିଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ ପାଇଁ ସାରା ଦେଶ ଚଳଚଞ୍ଚଳ । ଯେକୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ, ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାଯାଏ ନାହିଁ। ତେଣୁ ସମସ୍ତ କାର୍ଯ୍ୟରେ ସେ ଅଗ୍ରପୂଜ୍ୟ। ଗଜାନନଙ୍କ ସ୍ବାଗତକୁ ନେଇ ଗଗନ ପବନ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ହିନ୍ଦୁମାନେ ଅଷ୍ଟବିନାୟକଙ୍କର ଦର୍ଶନ କରିଥାନ୍ତି। ବିଘ୍ନରାଜ ବା ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପୂଜା କରି ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ତାହା ନିର୍ବିଘ୍ନରେ ସମାପ୍ତ ହୋଇଥାଏ। ବିଶେଷ କରି ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ ।

Spread the love