Today is Lord Lingaraj's auspicious Ashokastami & Rukuna Ratha jatra

ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ରେଶ୍ଵର ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ। ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହୋଇଛି । ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ହୋଇଥିଲା । ସକାଳ ୫ଟାରୁ ବିଭିନ୍ନ ନୀତିକାନ୍ତି ପରେ ପ୍ରଭୁ ଲିଙ୍ଗରାଜଙ୍କ ସାହାଣ ମେଲା ଦର୍ଶନ ହୋଇଛି । ସାଢ଼େ ୧୨ଟାରୁ ଆରମ୍ଭ ହେବ ପହଣ୍ଡି । ଗୋଟାଏ ୩୦ରୁ ୩ଟା ୩୦ ମଧ୍ୟରେ ରଥ ଉପରେ ଅନ୍ୟାନ୍ୟ ପୂଜା ବିଧି ଚାଲିବ । ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହେବ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ପ୍ରଭୁ ଲିଙ୍ଗରାଜ। ରୁକୁଣା ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଚଳିତବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା ସମୟରେ ଗୋଟି ପୁଅ, ଓଡ଼ିଶୀ, ଯୋଡ଼ି ଶଙ୍ଖ, ପଶୁମୁଖା ଆଦି ପାରମ୍ପରିକ ବାଦ୍ୟରେ କମ୍ପୁଛି ଏକାମ୍ର କ୍ଷେତ୍ର ।

Spread the love