Today solar eclipse

ଚଳିତବର୍ଷ ଦୀପାବଳି ଅମାବାସ୍ୟା ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ତିଥି ଅନୁସାରେ ଏହା ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହୁଥିବା ପାଞ୍ଜିରୁ ଜଣାପଡିଛି । ତେଣୁ ମଙ୍ଗଳବାର ବି ଅମାବାସ୍ୟା ରହୁଛି । ମଙ୍ଗଳବାର ଅମାବାତ୍ୟା ତିଥିରେ ସୂର୍ଯ୍ୟୋପରାଗ ଥିବାରୁ ଲୋକେ ସୋମବାର ଦୀପାବଳି ପାଳନ କରିବା ସହ ପୟା ଶ୍ରାଦ୍ଧ ବି ସାରିଦେଇଛନ୍ତି । ତେବେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିବ । ସନ୍ଧ୍ୟା ୬.୨୬.୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ । ତେବେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଛି । ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ । କିନ୍ତୁ ବୁଧବାର ସୂର୍ଯ୍ୟୋପରାଗ ପରେ ଦେବନୀତି ଆରମ୍ଭ ହେବ । କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ତେବେ ଏହି ସୂର୍ଯ୍ୟୋପରାଗ ଦେଖିବା ପାଇଁ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତିମାନେ ଦେଖିପାରିବେ । ସେମାନଙ୍କ ଚନ୍ଦ୍ର ଶୁଦ୍ଧି ଥିବାରୁ ଏହା ଦେଖିବା ସେମାନଙ୍କ ପାଇଁ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ବିଷାରଦମାନେ ପ୍ରକାଶ କରିଛନ୍ତି । ସେହିପରି ଯେଉଁ ରାଶିରେ ଚନ୍ଦ୍ର ଅଶୁଦ୍ଧି ରହିଛନ୍ତି ସେହି ରାଶିର ବ୍ୟକ୍ତିମାନେ ଏହି ସୂର୍ଯ୍ୟୋପରାଗ ଦେଖିବାକୁ ବାରଣ କରାଯାଇଛି । ଯଥା କର୍କଟ, ବିଛା, ଧନୁ, ମୀନ ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟୋପରାଗ ଦେଖିପାରିବେନି । ସେମାନଙ୍କ ପାଇଁ ଏହି ପରାଗ ଅଶୁଭ ସାବ୍ୟସ୍ତ ହେବ ବୋଲି କୁହାଯାଇଛି । ସେହିପରି ଗର୍ଭବତୀ ମହିଳାମାନେ ବି ଏହି ପରାଗ ଦେଖିପାରିବେନି । ତେବେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ପଠାଣି ସାମନ୍ତ ପ୍ଲାନିଟୋରିୟମରେ ଯେଉଁ ବ୍ୟବସ୍ଥା ରହିଛି ଚଳିତବର୍ଷ ଏହାକୁ ବନ୍ଦ ରଖାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଥିରୁ ସମସ୍ତେ ବଂଚିତ ହେବେ । ବର୍ତ୍ତମାନ ପ୍ଲାନିଟେରିଓମର ମରାମତି ଚାଲିଛି ।

Spread the love