Odisha is celebrating Utkal Divas today with pride and unity.

ଆଜି ଉତ୍କଳ ଦିବସ। ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ। ଆଜିର ଦିନରେ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରୁଛନ୍ତି ପ୍ରତିଟି ଓଡ଼ିଆ । ୧୯୩୬ ଅପ୍ରେଲ ୧ ତାରିଖରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା । ଆଜିର ଦିନରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ଆଜିର ଏହି ଖାସ ଦିନ ଅବସରରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ତିନି ଦଶନ୍ଧି ଧରି ଲାଗିରହିଥିଲା ବିପ୍ଳବ । ପୂର୍ବରୁ ଉତ୍କଳ ଖଣ୍ତ ବିଖଣ୍ତିତ ହୋଇ ଅନ୍ୟ ରାଜ୍ୟ ସହ ମିଶିକରି ଥିଲା । ରାଜ୍ୟର ପଶ୍ଚିମ ଭାଗ ଅର୍ଥାତ୍ ଆଜିର ପଶ୍ଚିମ ଓଡ଼ିଶା ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିଲା, ଉତ୍ତର ଓଡ଼ିଶା ବଙ୍ଗ ପ୍ରଦେଶରେ ସାମିଲ ଥିଲା । ସେହିପରି କିଛି ଅଂଶ ବିହାର ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା । କଳା, ସଂସ୍କୃତି ଏବଂ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷଙ୍କ ନେତୃତ୍ୱରେ ଆନ୍ଦୋଳନ ତେଜିଥିଲା । ଯାହା ପରେ ପ୍ରଥମେ ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ୬ ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ । ୧୯୯୨ ମସିହାରେ ଓଡ଼ିଶାର ୧୩ ଟି ଜିଲ୍ଲା ୩୦ ଜିଲ୍ଲାରେ ପରିଣତ ହୋଇଥିଲା ।

Spread the love