27. Pakhala divas: Pakhala is not just a dish its an emotion for every odia.

ଆଜି ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସ । ଗାଁଠୁ ସହର, ରାସ୍ତାକଡ ହୋଟେଲଠୁ ୫ ଷ୍ଟାର ହୋଟେଲ ସବୁଠି ବଢୁଛି ପଖାଳର ଚାହିଦା । ସକାଳୁ ଉଠିଲେ ଗରିବ ଲୋକଙ୍କ ପାଇଁ ପଖାଳ କଂସା ପାଲଟିଥାଏ ବଡ଼ ସାହାରା । ସେ ଗରିବ ହେଉ କି ଧନୀ, ସମସ୍ତ ଓଡିଆଙ୍କ ଏହା ହେଉଛି ପସନ୍ଦର ଖାଦ୍ୟ । କିଛିବର୍ଷ ହେଲା ପଖାଳ ବିଶ୍ବ ମାନସପଟରେ ପହଞ୍ଚାଇବା ପାଇଁ ଓଡ଼ିଆମାନେ ପଖାଳ ଦିବସ ପାଳନ କରୁଛନ୍ତି। ତେବେ ଏହି ପଖାଳ ଖାଲି ଓଡ଼ିଆଙ୍କର ପ୍ରିୟ ନୁହେଁ, ବରଂ ମହାପ୍ରଭୁଙ୍କୁ ମଧ୍ୟ ନିତ୍ୟ ପଖାଳ ସମର୍ପଣ କରାଯାଏ। ମହାପ୍ରଭୁ ହେଉଛନ୍ତି ବଡ଼ଖିଆ ସାଆନ୍ତ। ତେଣୁ ମହାପ୍ରଭୁଙ୍କ ପାଇଁ ମଲ୍ଲିଫୁଲିଆ ପଖାଳ, ଟଭା ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ। ପଖାଳ ସଂସ୍କୃତିରୁ ଟଙ୍କ ତୋରାଣିର ସୃଷ୍ଟି। ମହାପ୍ରଭୁ ଯେତେ ଛପନ ଭୋଗ ଖାଇଲେ ମଧ୍ୟ କଦଳୀ ଭଜା ସହ ନିତ୍ୟ ପଖାଳ ସେବନ କରନ୍ତି। ସନ୍ଧ୍ୟା ଧୂପ ସମୟରେ ପଖାଳ ଓଳିରେ ପ୍ରତିଦିନ ମହାପ୍ରଭୁ ପଖାଳ ସେବନ କରନ୍ତି। କେବଳ ସେତିକି ନୁହେଁ, ବଡ଼ସିଂହାର ସମୟରେ ମଧ୍ୟ ମହାପ୍ରଭୁ ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ପଖାଳ ପ୍ରିୟ ଓ ତାଙ୍କଠାରୁ ପଖାଳର ଏ ପରିକଳ୍ପନା ତାହା ଗବେଷକମାନେ ସ୍ବୀକାର କରନ୍ତି।

Spread the love