Today is Utkala Dibasa, a day of pride and glory for every Odia.

ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ଦେଶର ପ୍ରଥମ ଭାଷାଭିତିକ ରାଜ୍ୟର ମାନ୍ୟତା ମିଳିଥିଲା । ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଏହାରି ଭିତରେ ୮୭ ବର୍ଷ ପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ଓଡ଼ିଶା ଗଠନ ପଛରେ ଥିବା ବରପୁତ୍ରମାନେ ସର୍ବଦା ଚିର ନମସ୍ୟ। ସେମାନଙ୍କ ପାଖରେ ଚିର କୃତଜ୍ଞ ଓଡ଼ିଆ ଜାତି, ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଂଘର୍ଷ ଯୋଗୁଁ ଓଡ଼ିଆ ଭାଷା, କଳା, ସଂସ୍କୃତି ଓ ସାହିତ୍ୟ ଆଜି ସୁରକ୍ଷିତ ଓ ସମୃଦ୍ଧ । ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଓଡ଼ିଶା ଦିବସ ।

Spread the love