Gopalpur Beach Festival To Enthrall Visitors From Today

ପୁଣି ଲୋକ କଳାରେ ଦୁଲୁକି ଉଠିବ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି । ଆଜି ସନ୍ଧ୍ୟାରୁ ପାଞ୍ଚ ଦିନ କାଳ ସମୁଦ୍ର ତଟ ମଞ୍ଚ ଉପରେ ପରିବେଷିତ ହେବ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ସମେତ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଓଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀର ପସରା ମେଲିବ । ଏଥିସହ ମିଶନ୍ ଶକ୍ତି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶିତ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ୍, ବିଭିନ୍ନ ସରକାରୀ ବିଭାଗର ଯୋଜନା ଓ ସଫଳତା ବର୍ଣ୍ଣନା କରୁଥିବା ଷ୍ଟଲ୍ । ନିଜ ଦ୍ବାରା ଉତ୍ପାଦିତ ହସ୍ତତନ୍ତ ଓ ଅନ୍ୟ ସାମଗ୍ରୀ ବିକ୍ରିବଟାର ଭଲ ସୁଯୋଗ ପାଇବେ ମହିଳା ଏସ୍ଏଚଜି । ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୮ରେ ଉଦ୍‌ଯାପିତ ହେଉଥିବା ମହୋତ୍ସବରେ ସବୁଦିନ ଦେଖିବାକୁ ମିଳିବ ଆଧୁନିକ ଓ ଲୋକ ନୃତ୍ୟର ଝଲକ। ପର୍ଯ୍ୟଟକଙ୍କ ମନ କିଣିବା ପାଇଁ ବେଳାଭୂମି ମହୋତ୍ସବ ସାଙ୍ଗକୁ ସମୁଦ୍ର ତଟରେ ପ୍ରାକୃତିକ ଶୋଭା, ପିଲାଙ୍କ ସକାଶେ ପାର୍କ, ବୟସ୍କଙ୍କ ପାଇଁ ଆଡଭେଞ୍ଚର୍ ପାର୍କ ଆଦିର ବ୍ୟବସ୍ଥା ଉପଲବ୍ଧ । ମୀନା ବଜାରରେ ମଧ୍ୟ ଜମିବ ବେଶ୍ ଭିଡ଼ । ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ରାଜ୍ୟ ବିଧାନ ସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ମହୋତ୍ସବକୁ ଉଦଘାଟନ କରିବେ । ତାଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେବେ । ଜିଲ୍ଲା ପ୍ରଶାସନ ଏଥର ସ୍ଥାନୀୟ ସାଂସ୍କୃତିକ ଦଳ ଓ ଲୋକକଳା ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଇଛି । ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ନୃତ୍ୟ ସାଙ୍ଗକୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ କନ୍ଧ ନୃତ୍ୟ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସହ କେରଳର କଥକଲି ନୃତ୍ୟ ଦର୍ଶକଙ୍କୁ ଆହୋଜିତ କରିବେ । ପୁଣି ଓଲିଉଡ୍ ଷ୍ଟାର୍ ମଣ୍ଟୁ ଛୁରୀୟା, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ କାର୍ଯ୍ୟକ୍ରମ ପ୍ରଥମ ସନ୍ଧ୍ୟାରେ ରହିଛି । ମହୋତ୍ସବ ଦୃଷ୍ଟିରୁ ବ୍ରହ୍ମପୁର- ଗୋପାଳପୁର ମୁଖ୍ୟ ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି ।

Spread the love