Kartika month starts from today

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ସଂକଳ୍ପ କରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ତୁଳସୀ ଚଉରାମୂଳେ ରାଇଦମୋଦରଙ୍କୁ ପୂଜା କରି ମାସଟାଯାକ ଆଧ୍ୟାତ୍ମିକ ଭାବରେ ବାନ୍ଧି ହୋଇ ରହିବେ । ଧାର୍ମିକ ବିଶ୍ବାସ ରହିଛି ଯେ ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଗତ ଦୁଇ ବର୍ଷର କୋଭିଡ କଟକଣା ପାଇଁ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ସେହିପରି ଏହି ସମୟରେ ଶ୍ରୀଜଗନ୍ନାଥ ଓ ଶ୍ରୀଲଙ୍ଗରାଜଙ୍କ ଦାମୋଦର ବେଶ ହୋଇଥାଏ । ସକାଳ ଓ ସନ୍ଧ୍ୟା ଧୂପରେ ଦିଅଁଙ୍କୁ ଏହି ବେଶରେ ସଜ୍ଜା ଯାଏଥାଏ । ମାସସାରା ରୁପାର ଦାମୋଦର ମୁଖାରେ ଦିଅଁଙ୍କୁ ସଜ୍ଜାଯିବା ସହ ବିଷ୍ଣୁଙ୍କ ନାଁରେ ସ୍ବତନ୍ତ୍ର ଶୁଖିଲା ଭୋଗ କରାଯାଏ । ଦିଅଁଙ୍କର ଏହି ଦେବଦୁର୍ଲ୍ଲଭ ବେଶ ଦେଖିବା ପାଇଁ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥାଏ ।

Spread the love