Navaratra Starts Today

ପାଖେଇ ଆସୁଛି ଦଶହରା । ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମାଆଙ୍କ ନବରାତ୍ର ପୂଜା । ମହାନବମୀ ପର୍ଯ୍ୟନ୍ତ ପାଳିତ ହେବ ପୂଜା । ନବ ଦିନାତ୍ମକ ପୂଜାରେ ଅଲଗା ଅଲଗା ଦିନ ମାଆଙ୍କ ନଅ ସ୍ୱରୂପଙ୍କ ପୂଜା ହେବ । ପ୍ରଥମ ଦିନରେ ମା’ ଦୁର୍ଗା ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ । ଶୈଳ ଅର୍ଥ “ପାହାଡ଼” ଏବଂ ପୁତ୍ରୀ ଅର୍ଥ “କନ୍ୟା” । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ । ଦକ୍ଷକନ୍ୟା ସତୀ ପ୍ରଥମେ ଶୈଳପୁତ୍ରୀ ଭାବେ ପୁନର୍ଜନ୍ମ ନେଇଥିଲେ । ହିମାଳୟପୁତ୍ରୀ ପାର୍ବତୀ ରୂପେ ଦ୍ବିତୀୟ ପୁର୍ନଜନ୍ମ ନେଇ ମହାଦେବଙ୍କୁ ବିବାହ କରିଥିଲେ । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର । ତାଙ୍କୁ ଆରାଧନା କଲେ ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ।

Spread the love