Adivasi Mela start from today.

ଆଜିଠାରୁ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ଆଦିବାସୀ ମେଳା। ଝାଟିମାଟି ନୁଆଁଣିଆ ଚାଳଘର ସହ ଗୋବର ଲିପା କାନ୍ଥ, କଣିବାଡ଼ ଘେରା ଅଗଣା, ପୁଣି କେତେ ଆଦିବାସୀ ଦିଅଁଦେବତାଙ୍କ ଆସ୍ଥାନ । ଆଜିଠାରୁ ୧୫ ଦିନ ଧରି ରାଜଧାନୀବାସୀଙ୍କୁ ଏଭଳି ଗାଁ ଜୀବନଶୈଳୀର ନିଚ୍ଛକ ରୂପ ଦେଖାଇବ ଆଦିବାସୀ ପଡ଼ିଆ । ପ୍ରତିବର୍ଷ ଜାନୁଆରି ୨୬ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ‌ହେଉଥିବା ଏହି ମେଳା ଏଥର ପୁରୁଷ ହକି ବିଶ୍ବକପ୍‌ ପାଇଁ ୨୫ଦିନ ବିଳମ୍ବରେ ଅନୁଷ୍ଠିତ ହେବାକୁ ଯାଉଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ମେଳା ପରିସରରେ ଆଦିବାସୀ ଗ୍ରାମପୁଞ୍ଜରେ ଜୁଆଙ୍ଗ, ଓରାଓଁ, ମୁଣ୍ଡା, ସାନ୍ତାଳ, କିସାନ, ମୁଣ୍ଡାରୀ, ସଉରା, ବଣ୍ଡା ଭଳି ବିଭିନ୍ନ ଜନଜାତିର ଘର ଦେଖିବାକୁ ମିଳିବ। ଆଦିବାସୀ ଗ୍ରାମ ସହ ଏହି ମେଳାରେ ଜନଜାତି ସ୍ବୟଂସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ ଓ ଖାଦ୍ୟ ବଜାର ଆଦିର ଆୟୋଜନ କରାଯାଇଛି। ତେବେ ଚଳିତଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲ୍‌ରେ ଜନଜାତିମାନେ ସେମାନଙ୍କର କଳାସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ପ୍ରଦର୍ଶିତ କରିବା ସହ ବିକ୍ରିବଟା କରିବେ।

Spread the love