Neuromodulation Lab Installed In Psychiatry Dept Of Bhubaneswar’s SUM Hospital

ଆଇଏସ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଉଦ୍‌ଘାଟିତ ହୋଇଛି ଏକ ‘ବ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ । ଏହି ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ “ରିପିଟିଟିଭ୍ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ ଷ୍ଟିମୁଲେସନ୍” (ଆର୍‌ଟିଏମ୍ଏସ୍) ଓ “ଟ୍ରାନ୍ସକ୍ରାନିଆଲ୍ ଡିରେକ୍ଟ କରଂଟ ଷ୍ଟିମୁଲେସନ୍” (ଟିଡିସିଏସ୍) ସେବା ଉପଲବ୍ଧ । ଏହି ଚିକିତ୍ସା ବ୍ୟବସ୍ଥା ବିଷାଦ, ଓସିଡି, ମାଇଗ୍ରେନ, ବ୍ୟୁରୋପାଥ୍ ବ୍ୟଥା ତଥା ଅନେକ ମାନସିକ ବ୍ୟାଧିର ଉପଶମରେ ସାହଯ୍ୟ କରିପାରିବ । ଏହି ବ୍ୟବସ୍ଥା ଭୁବନେଶ୍ବରରେ କୌଣସି ମେଡିକାଲ୍ କଲେଜରେ ପ୍ରଥମ ଥର ପାଇଁ ଉପଲବ୍ଧ ହୋଇପାରିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ବାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏସ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ୍‌ର ସୁପରିଟେଣ୍ଡେଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଲ୍ୟାବ୍‌ର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ, ଏହି ଲ୍ୟାବ୍ ଦ୍ବାରା ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ । ଡିନ୍ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର ଏହି ଅବସରରେ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ଶୁଭେଚ୍ଛା ଜଣାଇବା ସହ ନ୍ୟୁରୋମୋଡ୍ୟୁଲୋସନ୍ ଲ୍ୟାବ୍ ମାନସିକ ଚିକିତ୍ସା କ୍ଷେତ୍ରରେ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ । ମେଡିକାଲ୍ ସୁପରିଟେଣ୍ଡିଂଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଚିକିତ୍ସା ଜଗତରେ ପ୍ରଯୁକ୍ତିବିଦ୍ୟାର ବୈପ୍ଲବିକ ପରିବର୍ତ୍ତନ କିପରି ମାନସିକ ରୋଗ ଜଡ଼ିତ ଚିନ୍ତାଧାରାକୁ ବ୍ୟାହତ କରିପାରିବ ସେ ନେଇ ଆଲୋକପାତ କରିଥିଲେ ।

Spread the love